ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବାରୁ ଭାରତ ପ୍ରଥମେ ବୋଲିଂ କରିବ।

ଅଷ୍ଟ୍ରେଲିଆର ମେଲବୋର୍ନ କ୍ରିକେଟ୍ ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଯେଉଁଥିରେ ପ୍ରଥମଥର ପାଇଁ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ସଫଳ ଦଳ ରହିଥିବା ଅଷ୍ଟ୍ରେଲିଆ ମଧ୍ୟ ପଞ୍ଚମ ଥର ପାଇଁ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପଟେ ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଚତ୍ମକାର ପ୍ରଦର୍ଶନ କରିଛି। ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି। ପୂର୍ବରୁ ଟିମ୍ ଇଣ୍ଡିଆ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ମାତ୍ ଦେଇସାରିଛି।

Comment