ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲୋକମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି। ସେ ଗୋଟିଏ ବେଳାଭୂମିର ଫଟୋ ସେଆର୍ କରି ଏହାର ନାଁ କହିବାକୁ ଲୋକମାନଙ୍କୁ କହିଛନ୍ତି।ରବିବାର ମୁଖ୍ୟମନ୍ତ୍ରୀ ତାଙ୍କର ସୋସିଆଲ୍ ଆକାଉଣ୍ଟରେ ଏହି ଫଟୋକୁ ସେଆର୍ କରିଥିଲେ। ସେ ଲେଖଥିଲେ ଯେ, ବଙ୍ଗୋପସାଗର ଉପକୂଳରେ ଅସଂଖ୍ୟ ବେଳାଭୂମି ରହିଛି। କିନ୍ତୁ ଏହି ବେଳାଭୂମିର ନାଁ ଆପଣମାନେ କହିପାରିବେ କି? ଏହି ବେଳାଭୂମି କିନ୍ତୁ ପୁରୀ, ଗୋପାଳପୁର କିମ୍ବା କୋଣାର୍କର ନୁହେଁ ବୋଲି ସେ ଲେଖିଥିଲେ।

ଏଥିସହିତ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସେ ଲୋକମାନଙ୍କୁ ନିଜର ଉତ୍ତର ରଖିବାକୁ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ନବୀନ ରାଜ୍ୟର ବିଭିନ୍ନ ଅଞ୍ଚଳର ଫଟୋ ସେଆର୍ କରି ଏହାକୁ ଚିହ୍ନବାକୁ ଲୋକମାନଙ୍କୁ ପ୍ରଶ୍ନ କରିଥିଲେ। ଲୋକମାନେ ନିଜର ଉତ୍ତର ରଖିସାରିବା ପରେ ନବୀନ ସନ୍ଧ୍ୟା ୬ଟା ପରେ ଏହାର ଉତ୍ତର ମଧ୍ୟ ରଖିବେ।

Comment