ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଧ୍ୟାପକ ଜଣକ ହେଉଛନ୍ତି ସାମ୍ଵାଦିକ ଓ ଗଣ ଯୋଗାଯୋଗ ବିଭାଗର ହରିହର ବେହେରା। ଗୋଶାଣିନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ସପ୍ତମ ଗଳିରେ ଥିବା ତାଙ୍କ ବାସଭବନରୁ ଶନିବାର ରାତିରେ ଚୋରି ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

ଅଧ୍ୟାପକଙ୍କ ଘରୁ ଚୋରମାନେ କଳା କନା ବୁଲାଇଦେଇଛନ୍ତି। ନଗଦ ୨୦ହଜାର ଟଙ୍କା ସହ ଅନ୍ୟାନ୍ୟ ଆସବାବପତ୍ର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଚୋରି ହୋଇଥିବା ଘର ନିକଟରେ ଗୋଶାଣିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନଙ୍କ ଘର ମଧ୍ୟ ଅଛି। ଏହି ଘଟଣା ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିବା ପରେ ଦୁର୍ବୃତ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

Comment