ଓଡ଼ିଶାଲାଇଭ୍ ବ୍ୟୁରୋ

ହୋଲିରେ ସାରା ଦେଶରେ ରଙ୍ଗର ବର୍ଷା ହେଉଥିବାବେଳେ ମଧ୍ୟପ୍ରଦେଶ ରାଜନୀତିରେ କିନ୍ତୁ ଝଡ଼ ଦେଖିବାକୁ ମିଳିଛି। ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବାର କେଇ ଘଣ୍ଟା ଭିତରେ ଦଳର ୧୯ ଜଣ ବିଧାୟକ ଦଳ ଦଳରୁ ଇସ୍ତଫା ଦେଇଦେଇଛନ୍ତି। ଫଳରେ ବର୍ତ୍ତମାନ ମଧ୍ୟପ୍ରଦେଶରେ ଶାସନ କରୁଥିବା କମଳାନାଥଙ୍କ କଂଗ୍ରେସ ସରକାରକୁ ବିପଦ ମାଡ଼ିଆସିଛି।

ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ତିନି ନେତାଙ୍କ ମଧ୍ୟରେ ରାଜନୈତିକ ବୁଝାମଣା ହୋଇଥିବା ଖବର ଶୁଣିବାକୁ ମିଳୁଛି। ସିନ୍ଧିଆ ଏହାପରେ କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇଦେଇଛନ୍ତି। ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସ ସରକାରର ୧୯ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସିନ୍ଧିଆଙ୍କୁ ରାଜ୍ୟସଭା ଆସନ ଦେବା ବିଜେପି। ଏହା ପ୍ରତିବଦଳରେ ସିନ୍ଧିଆଙ୍କ ସହଯୋଗରେ ଦଳ ମଧ୍ୟପ୍ରଦେଶରେ ପୁଣି ସରକାର ଗଠନ କରିବ। ଯାହାର ମୁଖ୍ୟମନ୍ତ୍ରୀ ହେବେ ଶିବରାଜ ସିଂହ ଚୌହାନ୍।

ମଧ୍ୟପ୍ରଦେଶରେ ଏବେ ସମୁଦାୟ ୨୩୦ ବିଧାନସଭା ସିଟ୍ ଅଛି। ସେଥିରୁ ୨ଜଣ ବିଧାୟକଙ୍କ ମୃତ୍ୟୁ ଘଟିଛି। ଫଳରେ ଏବେ ମଧ୍ୟପ୍ରଦେଶରେ ମୋଟ୍ ୨୨୮ ବିଧାୟକ ରହିଛନ୍ତି। ତା ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଥିଲେ ଏବଂ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି। କମଳନାଥଙ୍କ ପାଖରେ ଏବେ ୧୧୪ କଂଗ୍ରେସ ବିଧାୟକଙ୍କ ସମର୍ଥନ ରହିଥିଲା ଏବଂ ୪ ଜଣ ସ୍ୱାଧୀନ ଓ ୨ ବିଏସପି ବିଧାୟକଙ୍କ ମଧ୍ୟ ସମର୍ଥନରେ ସେ ସରକାର ଗଠନ କରିଥିଲେ। ବର୍ତ୍ତମାନ ୧୯ ଜଣ ବିଧାୟକ ଇସ୍ତଫା ଦେବାପରେ ବିଜେପିକୁ ରାଜ୍ୟରେ ସରକାର ଗଠନ କରିବା ସହଜ ହୋଇଯିବ।

Comment