ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହୋଲି ପାଇଁ ସାରା ଦେଶ ଉତ୍ସବମୁଖର। ସାରା ଦେଶରେ ରଙ୍ଗର ପର୍ବ ହୋଲିକୁ ବହୁତ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ପାଇଁ ଟୁଇଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ଦେଶ ଓ ରାଜ୍ୟର ବହୁ ବଡ଼ ବଡ଼ ନେତା। ଆସନ୍ତୁ ଜାଣିବା କେଉଁ ନେତା କ’ଣ କହିଲେ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି, “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ।“

ପ୍ରଧାନମନ୍ତ୍ରୀ ଟୁଇଟରେ କହିଛନ୍ତି, “ରଙ୍ଗ, ଆନନ୍ଦ ଏବଂ ଆନନ୍ଦର ପର୍ବ ହୋଲିରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ଏହି ପର୍ବ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ଆଣି ଦେଉ।”

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟରରେ ଲେଖିଛନ୍ତି,“ସମସ୍ତଙ୍କୁ ହୋଲିର ଅନେକ ଶୁଭେଚ୍ଛା। ରଙ୍ଗର ପର୍ବ, ହୋଲି ଆମ ସମାଜରେ ବସନ୍ତ ଏବଂ ଭ୍ରାତୃତ୍ୱର ଉତ୍ସବ। ଏହା ସମସ୍ତଙ୍କ ଜୀବନରେ ଶାନ୍ତି, ଆନନ୍ଦ ଏବଂ ସମୃଦ୍ଧତା ଆଣୁ।“

ରାଜ୍ୟପାଳ ଗଣେଶୀ ଲାଲ୍‌ ଟୁଇଟ କରି କହିଛନ୍ତି, “ଆନନ୍ଦ ଓ ଉଲ୍ଲାସର ପର୍ବ ପବିତ୍ର ହୋଲି ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି। ଏହି ପର୍ବ ରାଜ୍ୟ ତଥା ବାହାରେ ରହୁଥିବା ସମସ୍ତ ଓଡ଼ିଆଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ ବୋଲି କାମନା କରିଛନ୍ତି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, “ପ୍ରେମ, ଶୁଭେଚ୍ଛା, ସମନ୍ୱୟ ଏବଂ ସାମାଜିକ ପର୍ବ, ହୋଲିରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା। ରଙ୍ଗର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି, ଆନନ୍ଦ ଏବଂ ସୁଖ ଆଣୁ।”

ଏହାସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଦେବା ସହ ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ହୋଲିରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ହୋଲି ଖେଳିବେନି ବୋଲି କହିଥିଲେ।

Comment