ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର ସରକାରରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ। ରାଜ୍ୟର ଶାସନରେ ଥିବା କମଳନାଥଙ୍କ କଂଗ୍ରେସ ସରକାରକୁ ମାତ୍ ଦେଇ ବିଜେପି ଏଠାରେ ପୁଣି ମୁଖ୍ୟମନ୍ତ୍ରୀ ଗାଦି ହାତେଇବାକୁ ଯୋଜନା କରୁଛି।

ଅସଲ କଥା ହେଲା ମଧ୍ୟପ୍ରଦେଶରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ଏବେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଏନେଇ ସାକ୍ଷାତ କରିଛନ୍ତି। ଖୁବଶୀଘ୍ର ସେ କଂଗ୍ରେସର ହାତ ଛାଡ଼ିଦେବେ ବୋଲି କୁହାଯାଉଛି। କେବଳ ସେ ନୁହେଁ ତାଙ୍କର ଅନୁଗାମୀ ଅନ୍ୟ ୨୦ ବିଧାୟକ ମଧ୍ୟ ତାଙ୍କର ଇସ୍ତଫା ଦେବେ। ଏପରି ହେଲେ ମଧ୍ୟପ୍ରଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ଓ  କମଳନାଥଙ୍କ ସରକାର ଭାଙ୍ଗିଯିବ।

ମଧ୍ୟପ୍ରଦେଶରେ ଏବେ ସମୁଦାୟ ୨୩୦ ବିଧାନସଭା ସିଟ୍ ଅଛି। ସେଥିରୁ ୨ଜଣ ବିଧାୟକଙ୍କ ମୃତ୍ୟୁ ଘଟିଛି। ଫଳରେ ଏବେ ମଧ୍ୟପ୍ରଦେଶରେ ମୋଟ୍ ୨୨୮ ବିଧାୟକ ରହିଛନ୍ତି। ତା ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ବିଧାୟକ ରହିଥିବାବେଳେ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି। କମଳନାଥଙ୍କ ପାଖରେ ଏବେ ୧୧୪ କଂଗ୍ରେସ ବିଧାୟକଙ୍କ ସମର୍ଥନ ରହିଥିବାବେଳେ, ୪ ଜଣ ସ୍ୱାଧୀନ ଓ ୨ ବିଏସପି ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି। ଫଳରେ ୨୨୮ ସିଟରୁ କଂଗ୍ରେସ ପାଖରେ ୧୨୧ ଓ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି।

ଯଦି ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ୨୦ ବିଧାୟକ ଇସ୍ତଫା ଦିଅନ୍ତି ତେବେ କମଳନାଥ ସରକାର ନିଜର ସଂଖ୍ୟାଗରିଷ୍ଠତା ଦେଖେଇବା କଷ୍ଟ ହୋଇଯିବ। ଏପରି ପରିସ୍ଥିତିରେ ବିଜେପିର ଶିବରାଜ ସିଂହ ଚୌହାନ ପୁଣିଥରେ ସରକାର ଗଠନ କରିବା ସହଜ ହୋଇଯିବ।

Comment