ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ସାମିଲ ହେଲେ ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ବୁଧବାର ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।

ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ହାତ ଛାଡିଦେଇଥିଲେ। ସେ ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଥିଲେ। ସିନ୍ଧିଆ କଂଗ୍ରେସ ହାତ ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏହା ଏବେ ସତ ପ୍ରମାଣିତ ହୋଇଛି।

ସିନ୍ଧିଆ କଂଗ୍ରେସର ହାତ ଛାଡ଼ିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜ୍ୟୋତିରାଦିତ୍ୟଙ୍କ ଅନୁଗାମୀ ୨୨ ଜଣ ବିଧାୟକ ତାଙ୍କ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ମଧ୍ୟପ୍ରଦେଶରେ ଶାସନରେ ଥିବା କମଳନାଥଙ୍କ କଂଗ୍ରେସ ସରକାର ଏବେ ସଂଖ୍ୟାଗରିଷ୍ଠତା ହରାଇଛି। ଫଳରେ ଏବେ କଂଗ୍ରେସକୁ ହଟାଇ ମଧ୍ୟପ୍ରଦେଶରେ ବିଜେପି ପୁଣି ଶାସନ ଅକ୍ତିଆର କରିବ ବୋଲି କୁହାଯାଉଛି।

ଅନ୍ୟପଟେ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ସେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମନୋନୀତ କରାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସୂଚନା ମିଳିଛି।

Comment