ଓଡ଼ଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏଥିପାଇଁ ବୁଧବାର ସିନ୍ଧିଆ ଓ ତାଙ୍କ ସମର୍ଥିତ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଅପରାହ୍‌ଣରେ ସିନ୍ଧିଆ ଓ ଅନ୍ୟ ବିଧାୟକମାନେ ବିଜେପିରେ ସାମିଲ ହେବେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେମାନଙ୍କୁ ଦଳରେ ସ୍ୱାଗତ କରିବେ। ମଙ୍ଗଳବାର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ୨୨ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସିନ୍ଧିଆ ଓ ୨୨ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ ସରକାର ସଙ୍କଟରେ ପଡ଼ିଛି।

ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ୧୦୫ ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ କଂଗ୍ରେସ ପାଖରେ କେବଳ ୯୨ ବିଧାୟକ ରହିଛନ୍ତି।  ଫଳରେ ମଧ୍ୟପ୍ରଦେଶରେ ରାଜନୀତି ମାହୋଲ ସରଗରମ ରହିଛି। ମଧ୍ୟ ପ୍ରଦେଶରେ କମଲନାଥଙ୍କ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶର ମୋଟ ୨୩୦ ଆସନରୁ ୧୧୪ ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା କଂଗ୍ରେସ ଦଳ।

Comment