ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ବାରିପଦାର ପିଆରଏମ୍ ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସଛି। ଘଟଣାକୁ କେନ୍ଦ୍ର କରି ବୁଧବାର ମୃତକଙ୍କ ପରିବାର ମେଡିକାଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ବାରିପଦା ସହର ପୁରୁଣାହାଟ ସାହିର ମମତା ବିଶ୍ୱାଳ ୬ ଦିନ ଧରି ମ୍ୟାଲେରିଆରେ ପୀଡ଼ିତ ହୋଇ ପିଆରଏମ୍ ମେଡିକାଲ ରେ ଚିକିତ୍ସିତ ହେଉଥିଲେ। ବୁଧବାର ଦିନ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଏନେଇ ମମତାଙ୍କ ପରିବାର ଲୋକେ କାର୍ଯ୍ୟରତ ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ ସୁଦ୍ଧା କେହି ଶଣିନଥିଲେ।

ବହୁ କାକୁତି ମିନତୀ ହେବାପରେ ଜଣେ ଡାକ୍ତର ଆସି ମମତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ତେବେ ଇଞ୍ଜେକ୍ସନ ଦେବା କ୍ଷଣି ମମତାଙ୍କ ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପିରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ମମତାଙ୍କ ପରିବାରବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ମେଡିକାଲରେ ଭଙ୍ଗାରୁଜା ସହ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ। ଘଟଣାସ୍ଥଳରେ ବାରିପଦା ଟାଉନଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

Comment