ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ତର୍ଜାତୀୟ ବଜାରରେ ଲଗାତାର ୭ ଦିନ ହେଲା ଅଶୋଧିତ ତୈଳର ମୂଲ୍ୟ କମିବାରେ ଲାଗିଛି। ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୨ ଟଙ୍କା ୬୯ ପଇସା ହ୍ରାସ ଘଟି ପ୍ରତି ଲିଟର ୭୦ ଟଙ୍କା ୨୦ ପଇସା ହୋଇଥିବା ବେଳେ ଡିଜେଲ ଦର ୨ ଟଙ୍କା ୩୩ ପଇସା ହ୍ରାସ ଘଟି ୬୩ ଟଙ୍କା୦୧ ପଇସାରେ ପହଞ୍ଚିଛି।

ସେହିଭଳି ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପ୍ରତି ୭୩ ଟଙ୍କା ୦୨ ପଇସା ଥିଲା ବେଳେ ଡିଜେଲ ଦର ୬୬ ଟଙ୍କା ୪୮ ପଇସା ପ୍ରତି ଲିଟର ହୋଇଛି।

କୋଲକାତାରେ ପେଟ୍ରୋଲ ଦର  ୭୨ ଟଙ୍କା ୯୮ ପଇସା ପ୍ରତି ଲିଟର ରହିଥିଲା ବେଳେ ଡିଜେଲ୍ ଦର ୬୫ ଟଙ୍କା ୩୪ ପଇସା ପ୍ରତି ଲିଟର ରହିଛି।

ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛି  ୬୯ ଟଙ୍କା ୧୬ ପଇସା ରହିଥିଲା ବେଳେ ଡିଜେଲ ଦର ୬୭ ଟଙ୍କା ୩୭ ପଇସା ରହିଛି।

Comment