ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଝିଲିକଙ୍କ ସହ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ବାହାଘର ଘଟଣା ସମସ୍ତଙ୍କୁ ଚକିତ କରିଛି। ହଠାତ ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଏହି କଥାକୁ ବିଶ୍ୱାସ କରିପାରିନାହାନ୍ତି। କେହି କେହି ଏହାକୁ ଗୁଜବ କହୁଥିଲା ବେଳେ ପ୍ରୀତିରଞ୍ଜନଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

‘‘ପରିବାର ସହମତିରେ ସମସ୍ତଙ୍କ ଉପସ୍ଥିତିରେ ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି’’ କହିଛନ୍ତି ପ୍ରଫୁଲ୍ଲ ଘଡ଼େଇ।

ବିବାହ ଭଲରେ ଭଲରେ ହୋଇଛି। ତେଣୁ ଏବେ ଆଉ କିଛି ଚର୍ଚ୍ଚା ଆଲୋଚନା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ପ୍ରୀତି ଝିଲିକଙ୍କ ବିବାହ ସମ୍ପନ୍ନ ହୋଇଛି। ଅଭିନେତ୍ରୀ ଝିଲିକ ତାଙ୍କ ଇନଷ୍ଟାଗ୍ରାମରେ ବିବାହ ବେଳର ଫଟୋ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here