ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ହୋଇଛି ଆୟୋଜନ। ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ହେବାକୁ ଥିବା ହକି ବିଶ୍ଵକପରେ ଯୋଗ ଦେବା ଲାଗି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ଦିନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ସିଂ ମାନଙ୍କୁ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ବିଶ୍ଵକପ ହକିରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ଘଡ଼େଇ ପଞ୍ଜବ ମୁଖ୍ୟମନ୍ତ୍ରୀଙ୍କୁ ଚଣ୍ଡିଗଡ଼ ସ୍ଥିତ ବାସଭବନରେ ସାକ୍ଷାତ କରି ଭାରତୀୟ ହକି ଦଳର ଜର୍ସି ଏବଂ ଗୋଟିଏ କୋଣାର୍କ ଚକ୍ର ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ଡିସେମ୍ବର ୩୧ ତାରିଖରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘେଲଙ୍କୁ ସାକ୍ଷାତ କରି ହକି ମହାକୁମ୍ଭରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଥିଲେ।

ସେହିପରି ଡିସେମ୍ବର ୩୦ ତାରିଖରେ ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ ଶାହଙ୍କୁ ହକି ବିଶ୍ଵ କପରେ ଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରିଛନ୍ତି। ଏହା ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂଙ୍କୁ ନିମନ୍ତ୍ରଣ କରିଥିଲେ ହକି ବିଶ୍ଵ କପରେ ଯୋଗ ଦେବା ଲାଗି। ସେହିଦିନ  ଶକ୍ତି, ଶିଳ୍ପ, ଏମଏସଏମଇ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ପି ସାଓ୍ଵନ୍ତଙ୍କୁ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ହକି ବିଶ୍ଵକପରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି।

Tags: #HockeyIndia #HockeyWorldCup2023 #Odisha #CMOdisha #NaveenPatnaik #PritiranjanGharai #PanjabCM #BhagwantSinghMann

Comment