ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କୋଲକାତା ଝିଅ ତଥା ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ହାତରୁ ଦି ହାତ ହୋଇଛନ୍ତି। ଝିଲିକ୍‌ ଯାଜପୁରର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡ୍ୟାନି)ଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

ଅଭିନେତ୍ରୀ ଝିଲିକ ତାଙ୍କ ଇନଷ୍ଟାଗ୍ରାମରେ ଏକ ବିବାହ ବେଳର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ‘‘ଆମର ନୂତନ ବିବାହିତ ଜୀବନ ସମସ୍ତଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା କରୁଛୁ’’, ଇନଷ୍ଟାରେ ଲେଖିଛନ୍ତି ଝିଲିକ।

ଝିଲିକ୍‌ଙ୍କର କୋଲକାତାରେ ଜନ୍ମ। ଝିଲିକ ଅଭିନୟ କରିବା ସହ ବାସ୍କେଟ ବଲ୍‌ ଖେଲିବାକୁ ପସନ୍ଦ କରିଛନ୍ତି। ସେ ଓଡ଼ିଆ ଫିଲ୍ମ କରିବା ସହିତ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୩ରେ ଓଲିଉଡରେ ଫିଲ୍ମ ଟାର୍ଗେଟ ଜରିଆରେ ଡେବ୍ୟୁ କରିଥିଲେ। ଏହାପରେ ଆଖିରେ ଆଖିରେ, ଲଭ୍‌ ୟୁ ହମେଶା, ଜଗା ହାତରେ ପଘା, ବେବି ଆଦି ଫିଲ୍ମରେ ଦେଖିବାକୁ ମିଳିଥିଲା। ଓଲିଉଡରେ ବେଶ୍‌ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ଝିଲିକ।

ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ହେଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ।

Comment