ଓଡ଼ିଶାଲାଇଭ୍ ବ୍ୟୁରୋ

ସୌଜନ୍ୟ- ତରଙ୍ଗ ସିନେ ପ୍ରଡକ୍ସନ

 

ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ର ଟ୍ରେଲର ରିଲିଜ

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ର ଟ୍ରେଲର। ଓଡ଼ିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକସନ୍ ଓ ଆର୍.ଆର୍.ଇଭେଣ୍ଟସ ଆଣ୍ଡ ପ୍ରମୋସନର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର। ଶୁଭ୍ରାଂଶୁ ଦାସ ଏଥିରେ ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାଗଳପ୍ରେମୀ ଫେମ୍ ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ସୁପ୍ରିୟା।https://cutm.ac.in/

ଓଡ଼ିଆ ସାହିତ୍ୟରୁ ସିନେମା ହୋଇଥିବା ‘ପୁଷ୍କରା’ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ। ତାଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଚଳଚ୍ଚିତ୍ରର ପରିକଳ୍ପନା କରାଯାଇଛି। ୨୦୦୦ ମସିହାରେ ଉପନ୍ୟାସ ‘ନାଦବିନ୍ଦୁ’ ପ୍ରକାଶ ପାଇବା ପରେ ଅନେକ ପାଠକୀୟ ଆଦୃତି ସାଉଁଟିଥିଲା। ଏହାପରେ ଔପନ୍ୟାସିକ ଶଙ୍କର ତ୍ରିପାଠୀ ଏହାକୁ ଚଳଚ୍ଚିତ୍ରର ରୂପ ଦେବାକୁ ଚେଷ୍ଟା କରିଥିଲେ।

ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ମୁଖ୍ୟ ଚରିତ୍ରରେ ରହିଥିବା ବେଳେ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ଦିବଙ୍ଗତ ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ରବି ମିଶ୍ର ପ୍ରମୁଖ ଭୂମିକାରେ ନଜର ଆସିବେ। ଏହାର ଗୀତଗୁଡ଼ିକୁ ଦେବୀଦତ୍ତ ମହାନ୍ତି ଲେଖିଥିବା ବେଳେ ବିଭୂତି ଭୂଷଣ ଗଡ଼ନାୟକ ଏହାକୁ ସଂଗୀତରେ ସଜାଇଛନ୍ତି।

ଟ୍ରେଲର୍ ରିଲିଜ୍ ହେବା ପରେ ଏହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଗଣେଶ ପୂଜାରେ ରିଲିଜ୍ ହେବ ଚଳଚ୍ଚିତ୍ର ‘ପୁଷ୍କରା’।

Tag: #Odisha #Ollywood #OdiaCinema #OdiaMovie #Pushkara #Sabyasachi #TarangCine

LEAVE A REPLY

Please enter your comment!
Please enter your name here