ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ହେବାକୁ ଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଉ ଦୁଇଟି ମ୍ୟାଚ ବାକି ରହିଛି। ମ୍ୟାଚ ବାତିଲ ହେବା ଯୋଗୁଁ ଉଭୟ ଦଳରେ ଖେଳାଳି ଓ ଦର୍ଶକ ନିରାଶ ହୋଇଛନ୍ତି।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯିବାର ଥିଲା। ହେଲେ ସକାଳୁ ଲଗାତାର ବର୍ଷା ହୋଇଥିଲା। ଫଳରେ ଗ୍ରାଉଣ୍ଡ ଷ୍ଟାଫ ପିଚ୍‌କୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଇଥିଲେ। ବର୍ଷା ଯୋଗୁଁ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ଵ ହୋଇଥିଲା।

ସନ୍ଧ୍ୟା ୫ଟା ସୁଦ୍ଧା ଯଦି ପାଗ ଭଲ ରହିଥାନ୍ତା, ତେବେ ୨୦ ଓଭର ଲେଖାଏଁ ଖେଳ ହୋଇଥାନ୍ତା। ହେଲେ ବର୍ଷା ଛାଡ଼ିଯାଇଥିଲେ ମଧ୍ୟ ଆକାଶରେ କଳା ବାଦଲ ଦେଖାଯାଇଥିଲା। ଫଳରେ ଆଜିର ମ୍ୟାଚକୁ ବାତିଲ କରାଯାଇଥିଲା।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକଆ ବାତିଲ ହୋଇଯାଇଛି। ଉଭୟ ଦଳ ମଧ୍ୟରେ ଆଉ ୨ଟି ଦିନିକିଆ ମ୍ୟାଚ ବାକି ଅଛି। ତେଣୁ ଉଭୟଦଳଙ୍କ ପାଇଁ ଏହି ଦୁଇ ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ। ଉଭୟ ଦଳ ଦ୍ଵିତୀୟ ଦିନିକିଆରେ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବେ।

Comment