ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ନିଶ୍ଚିତ ଯେ ବିଜେପିରେ ଜ୍ୟୋତିରାଦିତ୍ୟଙ୍କ ଯୋଗଦାନ ପରେ ଦଳ ମଜଭୁତ ହୋଇଛି। ଏହାଦ୍ୱାରା ମଧ୍ୟପ୍ରଦେଶବାସୀଙ୍କ ପାଇଁ ବିଜେପି ଦୃଢ଼ ଭାବରେ କାର୍ଯ୍ୟ କରି ପାରିବ”, ଟୁଇଟରରେ ସିନ୍ଧିଆଙ୍କ ସହ ଫଟୋ ସେୟାର କରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଜ୍ୟୋତିରାଦିତ୍ୟ ସନ୍ଧିଆ। ବିଜେପିରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ସେ ଅମିତ ଶାହଙ୍କ ସହ ଦେଖା କରିଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି।

ଏହାସହ ଗୁରୁବାର ସିନ୍ଧିଆ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ଭେଟିଛନ୍ତି। ଏନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ଟୁଇଟରରେ ଏକ ଫଟୋ ସେୟାର କରିଛନ୍ତି।

“ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିକୁ ସ୍ୱାଗତ କରୁଛି। ଦଳରେ ସେ ଯୋଗ ଦେବାପରେ ଦଳ ଅଧିକ ମଜଭୁତ ହେବ। ଆଗାମୀ ଦିନ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି”, ଟୁଇଟରରେ ସିନ୍ଧିଆଙ୍କ ସହ ଫୋଟ ସେୟାର କରି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ।

ବୁଧବାର ବିଜେପିରେ ସାମିଲ ହୋଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦଳରେ ଯୋଗଦେବା ପରେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବା ପରେ ଗୁରୁବାର ମଧ୍ୟପ୍ରଦେଶ ଗସ୍ତ କରିବେ। ସେଠାରେ ବିଜେପି କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିବେ। ଏହାସହ ସିନ୍ଧିଆ ଏକ ରୋଡ ଶୋ’ରେ ସାମିଲ ହେବେ।

Comment