ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଙ୍ଗାଳୁରୁସ୍ଥିତ ଗ୍ୟାସ୍‌ ଟର୍‌ବାଇନ୍‌ ରିସର୍ଚ୍ଚ ଏଷ୍ଟାବ୍ଲିସ୍‌ମେଣ୍ଟ (GTRE) ରେ ବିଭିନ୍ନ ବିଭାଗରେ ମୋଟ୍‌ ୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୨୯ ଯାଏଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍‌ଗାନାଇଜେସନ୍‌ (DRDO) ଅଧୀନରେ ଦିଆଯିବ।
  • ଏହି ଫେଲୋସିପ୍‌ର ଅବଧି ୨ ବର୍ଷ ରଖାଯାଇଛି।

 ପଦବୀ– ଜୁନିୟର ରିସର୍ଚ୍ଚ ଫେଲୋସିପ୍‌ (JRF)

ବିଭାଗ:

  • ମେକାନିକାଲ ଇଞ୍ଜିନିୟରିଂ- ୨ଟି ପଦବୀ
  • ଇଲେକ୍ଟ୍ରିକାଲ/ ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ- ଗୋଟିଏ ପଦବୀ
  • କମ୍ପ୍ୟୁଟର ସାଇନ୍ସ/ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜୀ/ ଇନ୍‌ଫର୍‌ମେସନ୍‌ ସାଇନ୍ସ- ଗୋଟିଏ ପଦବୀ

ଯୋଗ୍ୟତା– ସ୍ଵାକୃତୀପ୍ରାପ୍ତ ସଂସ୍ଥାରୁ ବି.ଇ/ବି.ଟେକ୍‌ (ପ୍ରଥମ ଶ୍ରେଣୀ) କରିବା ସହ ଆବଶ୍ୟକୀୟ ଗେଟ୍‌ ସ୍କୋର୍‌ ହାସଲ କରିଥିବେ କିମ୍ବା ଏମ୍‌ଇ/ଏମ୍‌.ଟେକ୍‌ (ପ୍ରଥମ ଶ୍ରେଣୀ) ରେ ଉତ୍ତୀର୍ଣ୍ଣ ହୋଇଥିବେ।

ବୟସ ସୀମା– ୨୦୨୦ ମାର୍ଚ୍ଚ ୨୯ ସୁଦ୍ଧା ଅତିବେଶୀରେ ୨୮ ବର୍ଷ ହୋଇଥିବ। ଏସ୍‌ସି-ଏସ୍‌ଟିଙ୍କ ପାଇଁ ୫ ବର୍ଷ ଏବଂ ଓବିସିଙ୍କ ପାଇଁ ୩ ବର୍ଷ ପାଇଁ ବୟସ ସୀମା କୋହଳ କରାଯାଇଛି।

ଦରମା/ଷ୍ଟାଇପେନ୍‌:

  • ପ୍ରଥମ ଦୁଇ ବର୍ଷ- ୩୧,୦୦୦ ଟଙ୍କା
  • ତୃତୀୟ ବର୍ଷ (SRF ପାଇଁ) – ୩୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିବେ।

  • ଯୋଗାଯୋଗ ପାଇଁ ଇ ମେଲ୍‌-hrd@gtre.drdo.in
  • ଏହି ଫେଲୋସିପ୍‌ ବିଷୟରେ ଅଧିକ ଜାଣିବା ପାଇଁgov.in ରେ ଲଗ୍‌ଇନ୍‌ କରନ୍ତୁ।

Source: https://www.chakiri.plus/

Comment