ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ଗ୍ରାମ୍ୟ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ନିଯୁକ୍ତି ସୁଯୋଗ। ପ୍ରଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରଖାଯାଇଛି।

  • ଏହି ନିଯୁକ୍ତି ୟୁକୋ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ଵର ଦ୍ଵାରା ଦିଆଯିବ
  • ଏହା ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ

ଯୋଗ୍ୟତା:

  • ସୋସିଆଲ୍‌ ଓ୍ଵାର୍କ/ରୁରାଲ୍‌ ଡେଭଲପ୍‌ମେଣ୍ଟ/ସୋସିଓଲୋଜୀ/ସାଇକୋଲୋଜୀ/ବିଜ୍ଞାନ (ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, କୃଷି ବିଜ୍ଞାନ, କୃଷି ଓ ବ୍ୟବସାୟିକ ବିଜ୍ଞାନ) ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ବି.ଏଡ୍‌ କରିଥିବେ
  • କମ୍ପ୍ୟୁଟରରେ ଉତ୍ତମ ଜ୍ଞାନ ଥିବା ଆବଶ୍ୟକ
  • ଓଡ଼ିଆରେ ଉତ୍ତମ ଯୋଗାଯୋଗ ସହ ଟାଇପ୍‌ ଦକ୍ଷତା ଥିବା ଆବଶ୍ୟକ

ବୟସ– ୨୦୨୦ ମାର୍ଚ୍ଚ ୧ ସୁଦ୍ଧା ୨୨ରୁ ୪୦ ବର୍ଷ ମଧ୍ୟରେ ବୟସ ହୋଇଥିବ।

ଦରମା– ୨୦,୦୦୦ ଟଙ୍କା

ଆବେଦନ ପକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନ ଫର୍ମ ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ଲପାଫା ଉପରେ RSETI ପ୍ରଶିକ୍ଷକ ପଦବୀ ନିମନ୍ତେ ଫଲ୍ଲେଖ କରି ନିମ୍ନଲିକିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏହି ବିଜ୍ଞପ୍ତି ମାର୍ଚ୍ଚ ୧୩ରେ ପ୍ରକାଶ ପାଇଛି।

ଠିକଣା– ୟୁକୋ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ, ୟୁକୋ ବ୍ୟାଙ୍କ ବିଲ୍ଡିଂ, ୨ୟ ମହଲା, ସି-୨, ଅଶୋକ ନଗର, ଭୁବନେଶ୍ଵର-୯

source: www.chakiri.plus

Comment