ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ୍‌ର ପ୍ରଭାବ ଏବେ ଆଇପିଏଲ୍‌ ଉପରେ ପଡ଼ିଛି। କୋରୋନା ଯୋଗୁଁ ଆଇପିଏଲ୍‌କୁ ଏପ୍ରିଲ ୧୫ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଖେଳାଳି ଓ ଦର୍ଶକଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଆସନ୍ତା ମାର୍ଚ୍ଚ ୨୯ରୁ ଆଇପିଏଲ୍‌ ଆରମ୍ଭ ହେବାର ଥିଲା।

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ଏହି ଟି-୨୦ ଲିଗ୍‌କୁ କିଛି ସପ୍ତାହକୁ ଘୁଞ୍ଚାଇବାକୁ ଦଳର ମାଲିକମାନେ ମତ ଦେଇଥିଲେ। ଫଳରେ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌କୁ ଆଜି ଘୁଞ୍ଚାଇ ଦିଆଯାଇଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କୋରୋନାକୁ ମହାମାରୀ ଘୋଷଣା କରିଛନ୍ତି। ଏହାପରେ ଭାରତ ସରକାର ୧୫ ଏପ୍ରିଲ ପର୍ଯ୍ୟନ୍ତ ଭାରତକୁ ସମସ୍ତ ଭିସା ରଦ୍ଦ କରିଛନ୍ତି। ଫଳରେ ବିଦେଶୀ ଖେଳାଳିମାନେ ଆଇପିଏଲ୍‌ରେ ଯୋଗ ଦେଇପାରିବେ ନାହିଁ।

ଏହାସହ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ କୋରୋନା ଯୋଗୁଁ ଦିଲ୍ଲୀରେ କୌଣସି କ୍ରୀଡ଼ା ଆୟୋଜନ କରାଯିବନି। ଏପରିକି ଆଇପିଏଲ୍‌ ମଧ୍ୟ ଦିଲ୍ଲୀରେ ଆୟୋଜନ କରାଯିବନି।

Comment