ଓଡ଼ିଶାଲାଇଭ୍‌ ବ୍ୟୁରୋ

 (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଏମକେସିଜି କର୍ତ୍ତୃପକ୍ଷ ମେଡିକାଲ ପରିସର ଭିତରେ ରୋଗୀ ପରିବହନ ସେବା ଲାଗି ଦୁଇଟି ବ୍ୟାଟେରୀ ଚାଳିତ ଗାଡ଼ି ଚାଲୁ କରିଛନ୍ତି।

କାଜୁଆଲଟିରୁ ଇନଣ୍ଡୋର କିମ୍ବା ବିଭିନ୍ନ ୱାର୍ଡରେ ଥିବା ଗୁରୁତର ରୋଗୀ ଯେଉଁମାନେ ସ୍ଟ୍ରେଚେର ଓ ହୁଇଲଚେୟାର ଏକ୍ସରେ, ସ୍କାନିଙ୍ଗ କିମ୍ବା ଅନ୍ୟ ପରୀକ୍ଷା ପାଇଁ ପୂର୍ବରୁ ଯାଉଥିଲେ ସେମାନଙ୍କୁ ମାଗଣାରେ ଏହି ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଯିବ।

ଗୋଟିଏ ଗାଡ଼ିରେ ଜଣେ ଡ୍ରଇଭର, ଜଣେ ଆଟେଣ୍ଡାଣ୍ଟ ଗୋଟିଏ ଷ୍ଟ୍ରେଚର ଓ ଦୁଇ ରୋଗୀ ଯିବା ଆସିବା ପାଇଁ ବ୍ୟବସ୍ଥା ରହିଛି। ଦୁଇଟି ଯାକ ବ୍ୟାଟେରୀ ଚାଳିତ ଗାଡ଼ି ଦିନ ରାତି ୨୪ ଘଣ୍ଟା ସେବା ଯୋଗାଇବ।

ଏମ୍‌କେସିଜିର ଡିନ ଦିପ୍ତିମୟୀ ପାଢ଼ି ଏହି ସେବାର ଉଦ୍‌ଘାଟନ କରିଥିଲେ।

Comment