ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ଆଉ ୩ ହସ୍ପିଟାଲରେ ହେବ କରୋନା ନମୁନା ପରୀକ୍ଷା। ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲା ଭିମ୍‌ସାର୍‌ ଏବଂ ରାଉରକେଲା ଆଇଜିଏଚ୍‌ରେ କରୋନା ନମୁନା ପରୀକ୍ଷା କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

ବ୍ରହ୍ମପୁରରେ ୧୨ ତାରିଖରୁ, ବୁର୍ଲାରେ ୧୫ ତାରିଖରୁ ଏବଂ ରାଉରକେଲାରେ ୧୭ ତାରିଖରୁ ନମୁନା ପରୀକ୍ଷା ଆରମ୍ଭ ହେବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।

ଓଡ଼ିଶାରେ ଦିନକୁ ୧୦୦୦ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ କେବଳ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି, ଏମ୍‌ସ ଏବଂ କଟକ ଏସ୍‌ସିବିରେ ନମୁନା ପରୀକ୍ଷା ହେଉଥିଲା।

coronaକଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଆଚାଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନକୁ ସାନିଟାଇଜ୍‌ କରିବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଦିଲ୍ଲୀ ଏମ୍‌ସ ଭଳି ଏହି ହସ୍ପିଟାଲକୁ ସାନିଟାଇଜ୍‌ କରାଯିବ।

Comment