ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ନେଇ ସାର୍କ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରବିବାର ସାର୍କ ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଏନେଇ ଚର୍ଚ୍ଚା କରିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଶ୍ରୀଲଙ୍କାର ରାଷ୍ଟ୍ରପତି, ବାଙ୍ଗଳାଦେଶର ପ୍ରଧାନମନ୍ତ୍ରୀ, ଆଫଗାନିସ୍ତାନ, ମାଳଦୀପର ରାଷ୍ଟ୍ରପତି ଏବଂ ଭୁଟାନ ଓ ନେପାଳର ପ୍ରଧାନମନ୍ତ୍ରୀ ସାମିଲ ଅଛନ୍ତି।

ଏହି ବୈଠକରେ ମୋଦୀ ଏହି ରାଷ୍ଟ୍ରର ମୁଖ୍ୟଙ୍କ ସହିତ କରୋନାର ମୁକାବିଲାକୁ ନେଇ ଆଲୋଚନା କରିଛନ୍ତି।

Comment