ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶରେ ଶାସନରେ ଥିବା କମଳନାଥ ସରକାରର ସୋମବାର ଫ୍ଲୋର୍ ଟେଷ୍ଟ୍ ହେବ ନାହିଁ। କରୋନା କାରଣରୁ ମଧ୍ୟପ୍ରଦେଶ ବିଧାନସଭାକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଫଳରେ କମଳନାଥଙ୍କୁ ନିଜ ସରକାର ବଞ୍ଚାଇବାକୁ ଆଉ କିଛି ଦିନ ସମୟ ମିଳିଯାଇଛି।

ସୋମବାର ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଫ୍ଲୋର୍ ଟେଷ୍ଟ ଦେବାର ଥିଲା। ବିଧାନସଭା ମୁଲତବୀ ହେବା କାରଣରୁ କମଳନାଥଙ୍କୁ ଏବେ ଫ୍ଲୋର୍ ଟେଷ୍ଟ ଦେବାକୁ ପଡ଼ିବନି।ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନ ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ନିଜର ଅଭିଭାଷଣ ରଖିଥିଲେ। ଏହାପରେ ଗୃହରେ ହଟ୍ଟଗୋଳ  ଆରମ୍ଭ ହୋଇଯାଇଥିଲା। ଏହାପରେ ଗୃହକୁ କରୋନା କାରଣରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ମଧ୍ୟପ୍ରଦେଶରେ କଂଗ୍ରେସର ୨୨ଜଣ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାର ଏବେ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ବର୍ତ୍ତମାନ ସରକାରରେ ରହିବାକୁ ହେଲେ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବାବେଳେ କଂଗ୍ରେସ ଏଥିରୁ ପଛରେ ପଡ଼ିଯାଇଛି।

ଅନ୍ୟପଟେ ବିଜେପି ପାଖରେ କିନ୍ତୁ ୧୦୭ ବିଧାୟକ ରହିଛନ୍ତି। ତେଣୁ ଯଦି ବିଜେପି ପୁଣିଥରେ ମଧ୍ୟପ୍ରଦେଶରେ ସରକାରକୁ ଫେରିବ ବୋଲି କୁହାଯାଉଛି।

Comment