ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାନ୍ତ ଘଷିବା ବେଳେ ଦାନ୍ତରୁ ରକ୍ତ ବାହାରିଥାଏ। କିଛି ଲୋକଙ୍କର ସେଓ ବା କୌଣସି ଫଳ ଖାଇବା ବେଳେ ଦାନ୍ତ ମାଢ଼ିରୁ ରକ୍ତସ୍ରାବ ହୋଇଥାଏ। ଯଦି ଆପଣ ଏହାକୁ ଅଣଦେଖା କରିବେ ତେବେ ଏହା ବଡ଼ ସମସ୍ୟାର ରୂପ ନେଇଥାଏ।

କାରଣ:

ଅଧିକ ଜୋରରେ ବ୍ରଶ୍‌ କରିବା ଦ୍ୱାରା ଦାନ୍ତରୁ ରକ୍ତ ବାହାରିଥାଏ।

ଟାଣ ବ୍ରଶ୍‌ରେ ଘଷିବା ଫଳରେ ଦାନ୍ତରୁ ରକ୍ତିସ୍ରାବ ହୋଇଥାଏ।

ପ୍ରତିଦିନ ବ୍ରଶ୍‌ ବା କୁଳକୁଜା ନ କଲେ ଦାନ୍ତରୁ ରକ୍ତସ୍ରାବ ହୋଇଥାଏ।

ଗର୍ଭବତୀ ସମୟରେ ହରମୋନ୍‌ରେ ପରିବର୍ତ୍ତନ ହେଲେ ରକ୍ତସ୍ରାବ ହୋଇଥାଏ।

ଭିଟାମିନ୍‌ ସି’ ଅଭାବ ହେଲେ।

ଭିଟାମିନ୍‌ କେ ଅଭାବ ହେଲେ।

ଚିକିତ୍ସା

ଯଦି ଆପଣଙ୍କ ଦାନ୍ତରୁ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ, ତେବେ ଦାନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କେମିତି ନେବେ ଦାନ୍ତର ଯତ୍ନ?

ଦାନ୍ତକୁ ଦୁଇ ଥର ବ୍ରଶ୍‌ କରନ୍ତୁ। ଦିନକୁ ଦୁଇ ଥର ଭଲକରି କୁଳକୁଜା କରନ୍ତୁ।

ଏକ ନରମ ବା ଭଲ ବ୍ରଶ୍‌ ଚୟନ କରନ୍ତୁ।

ପ୍ରତି ମାସରେ ବ୍ରଶ୍‌କୁ ବଦଳାନ୍ତୁ।

ଦାନ୍ତମୂଳରୁ ରକ୍ତସ୍ରାବର ଘରୋଇ ଉପଚାର

ଲୁଣ ପାଣିରେ କୁଳି କରିବା

ଦିନରେ ଦୁଇରୁ ତିନିଥର ଗରମ ପାଣିରେ ଲୁଣ ପକାଇ କୁଳି କଲେ ଦାନ୍ତମୂଳରୁ ରକ୍ତ ଝରିବା କମ୍‍ ହୁଏ। ଏହାଦ୍ୱାରା ଦାନ୍ତମୂଳ ଫୁଲିବା ହ୍ରାସ ହୁଏ।

ମହୁ ମାଲିସ କରିବା

ପ୍ରତିଦିନ କିଛି ମହୁ ଆଙ୍ଗୁଳିରେ ନେଇ ଏହାକୁ ଦାନ୍ତମୂଳରେ ଘସିଲେ ମାଢ଼ିରୁ ରକ୍ତସ୍ରାବ ବନ୍ଦ ହୋଇଯାଇଥାଏ।

ତେଲ ମାଲିସ କରିବା

ନଡ଼ିଆ ତେଲ ମାଲିସ କରିବା ଫଳରେ ମଧ୍ୟ ଦାନ୍ତମୂଳରୁ ରକ୍ତ ଝରିବା ବନ୍ଦ ହୋଇଥାଏ।

ହଳଦୀର ବ୍ୟବହାର

ହଳଦୀକୁ ସୋରିଷ ତେଲ ସହ ମିଶାଇ ଦାନ୍ତମୂଳରେ ମାଲିସ କଲେ ଏଥିରୁ ରକ୍ତଝରିବା ହ୍ରାସ ହୁଏ।

Comment