ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶରେ ନିଜର ସରକାର ବଞ୍ଚେଇବାକୁ ମଙ୍ଗଳବାର ଅଗ୍ନି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଳନାଥ। ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ସୂଚନା ଦେଇଛନ୍ତି।

ସୋମବାର କରୋନା ପାଇଁ ମଧ୍ୟପ୍ରଦେଶ ବିଧାନସଭାକୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଏହାପରେ ମଧ୍ୟ ରାଜ୍ୟପାଳ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି।

ଯଦି ଆଜି କମଳନାଥ ନିଜର ବହୁମତର ପ୍ରମାଣ ଦେବେନି ତେବେ ତାଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଛି ବୋଲି ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ନିଜର ଚିଠିରେ ଉଲ୍ଲେଖ କରିଛନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସର ୨୨ଜଣ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାର ଏବେ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ବର୍ତ୍ତମାନ ସରକାରରେ ରହିବାକୁ ହେଲେ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବାବେଳେ କଂଗ୍ରେସ ଏଥିରୁ ପଛରେ ପଡ଼ିଯାଇଛି। ଅନ୍ୟପଟେ ବିଜେପି ପାଖରେ କିନ୍ତୁ ୧୦୭ ବିଧାୟକ ରହିଛନ୍ତି। ତେଣୁ ଯଦି ବିଜେପି ପୁଣିଥରେ ମଧ୍ୟପ୍ରଦେଶରେ ସରକାରକୁ ଫେରିବ ବୋଲି କୁହାଯାଉଛି।

Comment