ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ୍‌ ଟେକ୍ନୋଲୋଜୀ (OUAT) ରେ ସିନିୟର ରିସର୍ଚ୍ଚ ଫେଲୋ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍‌ ୩ ଓ ୪ ତାରିଖରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ପ୍ରମାଣ ପତ୍ର ଓ ଅଭିଜ୍ଞତା ପ୍ରମାଣ ପତ୍ର ନେଇ ନିମ୍ନ ଲିଖିତ ଠିକଣାକୁ ଯାଇ ପାରିବେ।

ଇନ୍‌ଷ୍ଟିଚ୍ୟୁସନାଲ୍‌ ଡେଭେଲପ୍‌ମେଣ୍ଟ ପ୍ଲାନ୍‌ ଓ NAHEP ଦ୍ଵାରା ଏହି ନିଯୁକ୍ତି ପ୍ରକ୍ରିୟା ହେବ। 

ସିନିୟର ରିସର୍ଚ୍ଚ ଫେଲୋ:

  • ଯୋଗ୍ୟତା- ଏଗ୍ରିକଲ୍‌ଚର୍‌/ଏଗ୍ରିକଲ୍‌ଚର୍‌ ଇଞ୍ଜିନିୟରିଂ/ଫିସେରୀ /ଭେଟେନାରୀ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ବୟସ- ୨୦୨୦ ଏପ୍ରିଲ୍‌ ୩ ସୁଦ୍ଧା ଅତିବେଶୀରେ ୩୫ ବର୍ଷ ହୋଇଥିବ।
  • ଦରମା (ମାସିକ) – ୨୫,୦୦୦ ଟଙ୍କା (ପ୍ରଥମ ଓ ଦ୍ଵିତୀୟ ବର୍ଷ), ୨୮,୦୦୦ ଟଙ୍କା (ତୃତୀୟ ବର୍ଷ)।
  • ଇଣ୍ଟରଭ୍ୟୁ ସମୟ ୨୦୨୦ ଏପ୍ରିଲ୍‌ ୩ ସକାଳ ୧୧ଟା ବେଳକ ଧାର୍ଯ୍ୟ କରାଯାଇଛି।

ରିସର୍ଚ୍ଚ ଆସିଷ୍ଟାଣ୍ଟ:

  • ଯୋଗ୍ୟତା- ଏଗ୍ରିକଲ୍‌ଚର୍‌/ଏଗ୍ରିକଲ୍‌ଚର୍‌ ଇଞ୍ଜିନିୟରିଂ/ଫିସେରୀ ସାଇନ୍ସ/ଭେଟେନାରୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ବୟସ- ୨୦୨୦ ଏପ୍ରିଲ୍‌ ୪ ସୁଦ୍ଧା ଅତିବେଶୀରେ ୩୫ ବର୍ଷ ହୋଇଥିବା।
  • ଦରମା- ୨୦,୦୦୦ ଟଙ୍କା ମାସିକ
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍‌ ୪ ସକାଳ ୧୧ଟା ଧାର୍ଯ୍ୟ କରାଯାଇଛି

ଇଣ୍ଟରଭ୍ୟୁ ସ୍ଥାନ– କମିଟି ରୁମ୍‌, ଡିରେକ୍ଟୋରେଟ୍‌ ଅଫ୍‌ ରିସର୍ଚ୍ଚ, ୨ୟ ଫ୍ଲୋର୍‌, ଓୟୁଇଟି, ଭୁବନେଶ୍ଵର-୩

ଅଧିକ ସୂଚନା ପାଇଁ ouat.nic.in ରେ କ୍ଲିକ୍‌ କରନ୍ତୁ।

source:www.chakiri.plus

Comment