ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୧୧ ରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇସ୍ଥିତ ମୁକ୍ତାକାଶ ସ୍କ୍ରାପ୍ ସ୍ଥାପତ୍ୟ ମ୍ୟୁଜିୟମ। ‘ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ ଶୋ’ ନାମକ ଏହି ମୁକ୍ତାକାଶ ମ୍ୟୁଜିୟମରେ ୨୦ ଟି ବୃହତ ସ୍କ୍ରାପ ସ୍ଥାପତ୍ୟ ସ୍ଥାନ ପାଇଛି।

୧୦ହଜାର ବର୍ଗମିଟର ପରିମିତ ଜମିରେ ଏହି ମ୍ୟୁଜିୟମ ସ୍ଥାପିତ ହୋଇଛି। ଏହି ମ୍ୟୁଜିୟମରେ ସ୍କ୍ରାପ୍ ବୃହତ ଆକାରର ମାଛ, ଡ଼ଲଫିନ, ଜିରାଫ, ହରିଣ, ଆଇରନ ମ୍ୟାନ, ଟର୍ମିନେଟର, ରୋବର୍ଟ ଆଦି ନିର୍ମାଣ କରାଯାଇଛି।

ଏହି ସ୍ଥାପତ୍ୟଗୁଡ଼ିକୁ ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ତିଆରି କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟରେ ଏହି ମ୍ୟୁଜିୟମ ଆରମ୍ଭ ହୋଇଥିଲା।

୨୦୧୯ମସିହାରେ ଏକ ବୃହତ୍ ଗିଟାର ତିଆରି କରି ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲା ଏହି ମ୍ୟୁଜିୟମ। ଚଳିତ ବର୍ଷ ଫେବ୍ରୁଆରି ୮ତାରିଖରେ ବିଧିବଦ୍ଧ ଭାବେ ଏହାକୁ ଉଦଘାଟନ କରାଯାଇଥିଲା।

ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ ଭଙ୍ଗା ଓ ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ ସ୍ଥାପତ୍ୟ ତିଆରି କରିଛନ୍ତି।

Comment