ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କାରଣରୁ ଆଗାମୀ ମାସେ ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନରେ ଧର୍ମଘଟ କିମ୍ବା ଧାରଣା କରିବନି ବିଜେପି। ଯେଉଁ ରାଜ୍ୟରେ ଦଳ ବିରୋଧୀ ଆସନରେ ବସିଛି, ସେଠାରେ ମଧ୍ୟ ମାସେ ପର୍ଯ୍ୟନ୍ତ କୌଣସି ଆନ୍ଦୋଳନ ହେବ ନାହିଁ। ଏନେଇ ବୁଧବାର ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗାଇଡଲାଇନ୍ ଜାରି କରିଛନ୍ତି।

ମଙ୍ଗଳବାର ସଂସଦରେ ବିଜେପି ସାଂସଦମାନଙ୍କର ଏକ ବୈଠକ ବସିଥିଲା। ଏହି ବୈଠକରେ କରୋନା ସଚେତନତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ ବାର୍ତ୍ତା ଦେଇଥିଲେ। ଏଥିସହିତ ସାଂସଦମାନେ କରୋନାକୁ ନେଇ ଲୋକମାନଙ୍କୁ ସଚେତନ କରାଇବାକୁ ମଧ୍ୟ ମୋଦୀ କହିଥିଲେ। ଏହାପରେ ବିଜେପି ଅଧ୍ୟକ୍ଷ ଏହି ଗାଇଡଲାଇନ୍ ଜାରି କରିଛନ୍ତି।ଗାଇଡଲାଇନ୍ ଅନୁସାରେ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଦଳ ଦେଶର କୌଣସି ଅଞ୍ଚଳରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବ ନାହିଁ। ଏଥିସହିତ ଦଳର କର୍ମୀମାନେ କୌଣସି ଆନ୍ଦୋଳନ କିମ୍ବା ଧର୍ମଘଟ ଦେବେ ନାହିଁ।

ସାରା ଦେଶରେ ଏବେ କରୋନାକୁ ନେଇ ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତି ମୂହୁର୍ତ୍ତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସରକାର ଏହାକୁ ରୋକିବାକୁ ଲୋକମାନଙ୍କୁ ସଚେତନ କରୁଛନ୍ତି।

Comment