ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶ ଫେରନ୍ତାଙ୍କ ନାଗରିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ। ବିଦେଶରୁ ଫେରିଥିଲେ ୨୪ ଘଣ୍ଟା ମଧ୍ୟରେ ଟୋଲ ଫ୍ରି ନମ୍ବର ୧୦୪ ବା ଓଡ଼ିଶା ସରକାରଙ୍କ ଓ୍ୱେବସାଇଟ୍‌  www.covid19.odisha.gov.in ରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଲୋକମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏନେଇ ଟୁଇଟ୍‌ କରିଛନ୍ତି।

 କରୋନା ଭାଇରସ ବା କୋଭିଡ୍‌ -୧୯ର ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ବିଦେଶ ଫେରନ୍ତା ନାଗରିକଙ୍କ ପାଇଁ www.covid19.odisha.gov.in ଖୋଲିଥିଲେ। ବିଦେଶରୁ ଆସିଥିବା ବ୍ୟକ୍ତିମାନେ ଏହି ଓ୍ୱେବସାଇଟ୍‌ରେ ପଞ୍ଜୀକରଣ କରିବେ। ଏହି ଓ୍ୱେବ୍‌ସାଇଟ୍‌ ମଙ୍ଗଳବାରଠାରୁ ଚାଲୁ ହୋଇଛି।

Comment