ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSC ଅଧୀନରେ ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ, ଜୁନିୟର କ୍ଲର୍କ, ଟାଇପିଷ୍ଟ କମ୍‌ ସ୍କ୍ରାଇବ୍‌ ଆସିଷ୍ଟାଣ୍ଟ (ଲ’ ବିଭାଗ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟ ଏପ୍ରିଲ୍‌ ୮ ଯାଏଁ ଚାଲୁ ରହିବ ଆବେଦନ ପ୍ରକ୍ରିୟା।

ପଦବୀ ସଂଖ୍ୟା:

  • ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ୩୬ଟି ପଦବୀ
  • ଜୁନିୟର କ୍ଲର୍କ (ଡିଷ୍ଟ୍ରିକ୍ଟ ମେଡିଏସନ୍‌ ସେଣ୍ଟର ପାଇଁ) – ୧୨ଟି ପଦବୀ
  • ଜୁନିୟର କ୍ଲର୍କ- ୨ଟି ପଦବୀ
  • ଟାଇପିଷ୍ଟ କମ୍‌ ସ୍କ୍ରାଇବ୍‌ ଆସିଷ୍ଟାଣ୍ଟ (ଲ’ ବିଭାଗ) – ୩ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବ।
  • ଜୁନିୟର କ୍ଲର୍କ OSLSA (ଡିଷ୍ଟ୍ରିକ୍ଟ ମେଡିଏସନ୍‌ ସେଣ୍ଟର ପାଇଁ) – ଯେକୌଣସି ବିଭାଗରେ ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବ।
  • ଜୁନିୟର କ୍ଲର୍କ- ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବ।
  • ଟାଇପିଷ୍ଟ କମ୍‌ ସ୍କ୍ରାଇବ୍‌ ଆସିଷ୍ଟାଣ୍ଟ (ଲ’ ବିଭାଗ) – ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବ ଏବଂ ଗୋଟିଏ ମିନିଟ୍‌ରେ ୪୦ଟି ଇଂରାଜୀ ଶବ୍ଦ ଓ ୨୦ ଟି ଓଡ଼ିଆ ଶବ୍ଦ ଟାଇପ୍‌ କରିପାରୁଥିବେ।

ବୟସ ସୀମା (୨୦୧୯ ଜାନୁଆରି ୧ ସୁଦ୍ଧା):

  • ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ୧୮ରୁ ୩୨ ବର୍ଷ
  • ଜୁନିୟର କ୍ଲର୍କ OSLSA (ଡିଷ୍ଟ୍ରିକ୍ଟ ମେଡିଏସନ୍‌ ସେଣ୍ଟର ପାଇଁ) – ୨୧ରୁ ୩୨ ବର୍ଷ
  • ଜୁନିୟର କ୍ଲର୍କ OSLSA- ୧୮ରୁ ୩୨ ବର୍ଷ
  • ଟାଇପିଷ୍ଟ କମ୍‌ ସ୍କ୍ରାଇବ୍‌ ଆସିଷ୍ଟାଣ୍ଟ (ଲ’ ବିଭାଗ) – ୨୧ରୁ ୩୨ ବର୍ଷ

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– ୨୦୦ ଟଙ୍କା (ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମଙ୍କ ବ୍ୟତୀତ)

ଅଧିକ ତଥ୍ୟ ପାଇଁ ossc.gov.in ରେ କ୍ଲିକ୍‌ କରନ୍ତୁ।

Comment