ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

Naveen-Modiପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲାକୁ ପ୍ରଶଂସା କରିଛନ୍ତି। କରୋନା ପାଇଁ ଓଡ଼ିଶା ଯାହା ପଦକ୍ଷେପ ନେଇଛି ତାହା ପ୍ରଶଂସନୀୟ ବୋଲି ମୋଦୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ମୁକାବିଲା ପାଇଁ ଓଡ଼ିଶା ଯାହା ପଦକ୍ଷେପ ନେଇଛି ତାକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ ମୋଦୀ କହିଛନ୍ତି।

ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ବିଦେଶରୁ ଆସିବା ପରେ ରାଜ୍ୟ ସରକାରଙ୍କ ୱେବସାଇଟ୍‌ରେ ପଞ୍ଜୀକରଣ କରିଥିଲେ। ଏ ସମ୍ପର୍କରେ ନବୀନ ଟୁଇଟ୍‌ କରି ସୂଚନା ଦେଇଥିଲେ।

ନବୀନ କହିଥିଲେ, ‘‘ସରକାରଙ୍କ ପୋର୍ଟାଲରେ ମୁଁ ମୋ’ ଭଉଣୀର ସମସ୍ତଙ୍କ ତଥ୍ୟ ପଞ୍ଜୀକରଣ କରିଛି। ଏଣୁ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ସମସ୍ତେ ପୋର୍ଟାଲରେ ନିଜ ସମ୍ପର୍କରେ ପଞ୍ଜୀକରଣ କରନ୍ତୁ। ଆପଣମାନଙ୍କୁ ସୁରକ୍ଷିତ ରଖିବାରେ ଏହା ସହାୟକ ହେବ।’’

ନବୀନଙ୍କ ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ମୋଦୀ ପ୍ରଶଂସା କରିଛନ୍ତି। ଅନ୍ୟମାନେ ନବୀନଙ୍କ ପଦକ୍ଷେପକୁ ଅନୁସରଣ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ବ୍ୟାପକ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ରହୁଥିବା ଏବଂ ବାହାରୁ ଆସୁଥିବା ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।

Comment