ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସଡ଼କ ପରିବହନ ନିଗମରେ ଜେନେରାଲ ମ୍ୟାନେଜର ଏବଂ ଡି.ଜି.ଏମ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ର ଓ ଅଭିଜ୍ଞତା ପ୍ରମାଣ ପତ୍ର ନେଇ ନିମ୍ନ ଲିଖିତ ଠିକଣାକୁ ଯାଇ ପାରିବେ।

ପଦବୀ:

  • ଜେନେରାଲ ମ୍ୟାନେଜର
  • ଡି.ଜି.ଏମ୍‌

ଯୋଗ୍ୟତା:

  • ଅଟୋମୋବାଇଲ୍‌ ଇଞ୍ଜିନିୟରିଂ/ମେକାନିକାଲ ଇଞ୍ଜିନିୟରିଂ ରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ରାଜ୍ୟ ସଡ଼କ ପରିବହନ ନିଗମରେ କାର୍ଯ୍ୟ କରୁଥିବେ କିମ୍ବା ଅବସର ନେଇଥିବା ଆବଶ୍ୟକ।

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୩ତାରିଖ ସକାଳ ୧୧ଟା ବେଳେ ସମୟ ଧାର୍ଯ୍ୟ ହୋଇଛି।

ଇଣ୍ଟରଭ୍ୟୁ ସ୍ଥାନ– OSRTC କର୍ପୋରେଟ୍‌ ଅଫିସ୍‌, ପରିବହନ ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ଵର

ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଇଣ୍ଟରଭ୍ୟୁ ସ୍ଥାନରେ ଉପସ୍ଥିତ ରହିବେ। ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ osrtc.in ରେ କ୍ଲିକ୍‌ କରନ୍ତୁ।

source:www.chakiri.plus

Comment