ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ୍‌କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା। ଦୁଇ ପ୍ରମୁଖ ରାଷ୍ଟ୍ର ଆମେରିକା ଏବଂ ଚୀନ ଭିତରେ ଏହାକୁ ନେଇ କଥା କଟାକଟି ଚାଲିଛି। କରୋନାକୁ ‘ଚୀନ ଭାଇରସ୍‌’ କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତୀର ମାରିଥିବା ବେଳେ ଚୀନ ଖପ୍ପା ହୋଇଛି। ଚୀନ ମଧ୍ୟ ଆମେରିକାକୁ ଜବାବ ଦେଇଛି।

ଚୀନର ଉହାନ ସହରରୁ ସାରା ବିଶ୍ୱକୁ ବ୍ୟାପିଛି କରୋନା ଭାଇରସ୍। ଏହି ଭାଇରସ୍‌ ଏବେ ୧୭୬ ଦେଶକୁ ଆକ୍ରାନ୍ତ କଲାଣି। ଏପର୍ଯ୍ୟନ୍ତି କୌଣସି ପ୍ରତିଷେଧକ ବାହାରି ନଥିବାରୁ ସାରା ବିଶ୍ୱବାସୀ ଚିନ୍ତାରେ।

ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ର ଏକ ରିପୋର୍ଟରେ କୁହାଯାଇଛି ଯେ, ଉହାନ ସହରରେ ଚୀନ୍ ସାମରିକ ବାହୀନିର ଏକ ଲ୍ୟାବ ରହିଛି। ଏହି ଲ୍ୟାବରୁ ହିଁ କରୋନା ଭାଇରସ ସଂକ୍ରମଣ ହୋଇଥିଲା।

ଏହାଛଡ଼ା ୟୁରୋପରେ ବହୁ ଖବରକାଗଜରେ ଚୀନ ଜୈବିକ ହତିଆର ପ୍ରସ୍ତୁତ କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ନ୍ୟୁୟର୍କର ଏକ ଟିଭି ଚ୍ୟାନେଲରେ ମଧ୍ୟ ଏନେଇ ଆଲୋଚନା ହୋଇଥିଲା। ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟକୁ ନେଇ ବହୁ ବିବାଦ ଦେଖା ଦେଇଥିଲା। ଯାହାଫଳରେ ଏହି ରିପୋର୍ଟକୁ ପ୍ରତ୍ୟାହାର କରି ନିଆଯାଇଥିଲା।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ ଉପରେ ଦୋଷ ଲଦିଥିଲେ।

‘‘କରୋନାକୁ ନେଇ ଚୀନ ସରକାର ଉଚିତ ପଦକ୍ଷେପ ନେଇ ନାହାଁନ୍ତି। ଗତବର୍ଷ  ଡିସେମ୍ବର ମାସରୁ କରୋନା ଭାଇରସ ଦେଖାଦେଇଥିଲେ ସୁଦ୍ଧା ଚୀନ ଏନେଇ ସଠିକ ତଥ୍ୟ ଦେଇନଥିଲା। ଫଳରେ ଏହି ଭାଇରସ ଏବେ ମହାମାରୀ ରୂପ ନେଇଛି’’, କହିଛନ୍ତି ଆମେରିକା ରାଷ୍ଟ୍ରପତି।

ସେପଟେ ଚୀନ ଆମେରିକାକୁ ଜବାବ ଦେଇଛି। ଆମେରିକା ସୈନ୍ୟମାନେ ଉହାନ ସହରରେ ଏହି ଭାଇରସ ସଂକ୍ରମଣ କରିଥିବା ଚୀନ କହିଛି।

Comment