ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ପାଇଁ ମାସ୍କ ଓ ସାନିଟାଇଜର୍ ଚଢ଼ା ଦରରେ ବିକ୍ରି କରୁଛନ୍ତି ଦୋକାନୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ। କରୋନା ଭାଇରସ୍‌ ପାଇଁ ମାସ୍କ ଓ ସାନିଟାଇଜର ଲୋକଙ୍କ ଜରୁରୀ ସାମଗ୍ରୀ ହୋଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଦୋକାନୀ।

ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ସରକାର ସର୍ତକତା ମୂଳକ ପଦକ୍ଷେପ ନେଉଛନ୍ତି। ଏହାସହ ମାସ୍କ ଓ ସାନିଟାଇଜରକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ହେଲେ ଜୟପୁର ସହରର ମୁଖ୍ୟ ରାସ୍ତା ଗଳି କନ୍ଦିରେ ମାସ୍କ ଓ ସାନିଟାଇଜର ଚଢ଼ା ଦରରେ ବିକ୍ରି କରାଯାଉଛି।

ବର୍ତ୍ତମାନ ମାସ୍କ ଓ ସାନିଟାଇଜର୍‌ ଲୋକମାନଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ପାଲଟିଛି। ଏଣୁ ଏହାର ଯେପରି କଳା ବଜାରି ନ ନହୁଏ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି।  କିନ୍ତୁ ରାସ୍ତା କଡ଼ରେ ଏହା ୩୦ ଟଙ୍କାରେ ବିକ୍ରି ହେଉଛି, ଯାହା ଔଷଧ ଦୋକାନରେ ଉପଲବ୍ଧ ନଥିବାରୁ ବାଧ୍ୟ ହୋଇ ଫୁଟଫାଥରୁ ଚଢ଼ା ଦରରେ  କିଣି ନେଉଛନ୍ତି ଲୋକେ।

ପୂବରୁ ସାଧାରଣ ମାସ୍କ ୧୦ ଟଙ୍କାରେ ବିକ୍ରି କରାଯାଉଥିଲା। ବର୍ତ୍ତମାନ କଳାବଜାରୀରେ ଏହାକୁ ୩୦ ଟଙ୍କାରେ ବିକ୍ରି କରାଯାଉଛି। ଏହାକୁ ରୋକିବାକୁ ଏକ ସ୍ଵତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଉପ ଜିଲ୍ଲାପାଳ ଲୋକନାଥ ଦଳ ବେହେରା କହିଛନ୍ତି।

Comment