ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ରବିବାର ମାର୍ଚ୍ଚ ୨୨ ତାରିଖରେ ପାଳନ ହେବ ଜନତା କର୍ଫ୍ୟୁ। ଏହି ଦିନ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନ ବାହାରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଜନତା କର୍ଫ୍ୟୁ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ମେଦୀ।

ଜନତା କର୍ଫ୍ୟୁ ଆମକୁ କରୋନା ବିରୋଧରେ ଆଗକୁ ବଢ଼ିବାକୁ ରାସ୍ତା ଦେବ। ଏହି ଦିନ ଜରୁରୀ ସେବାରେ ଲାଗିଥିବା ସଫେଇ କର୍ମଚାରୀ, ପୋଲିସ, ମିଡିଆ, ଡାକ୍ତରଖାନା କର୍ମଚାରୀ, ରେଲଓ୍ଵେ ଓ ବସ୍‌ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା। ରବିବାର ସନ୍ଧ୍ୟା ୫ଟାରେ ନିଜ ଘର ଆଗରେ ଛିଡ଼ା ହୋଇ ତାଳିମାରି ତାଙ୍କୁ କୃତଜ୍ଞତା ଜଣାଇବା।

କରୋନା ଭାଇରସ୍‌ରୁ ବଞ୍ଚିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ତେଣୁ ଏହି ଗୋଟିଏ ଦିନ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ଏହି ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଛନ୍ତି।

କରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶବାସୀଙ୍କୁ ସମ୍ଵୋଧନ କରିଛନ୍ତି। ଏହି ସମୟରେ କିଭଳି କରୋନାକୁ ଦେଶବାସୀ ନିଜେ ମୁକାବିଲା କରିବେ ସେନେଇ ମୋଦୀ ଲୋକଙ୍କୁ ସଚେତନ କରାଇଛନ୍ତି। ଏହାସହ ଅର୍ଥବ୍ୟବସ୍ଥାକୁ କରୋନା ମାଡ଼ରୁ ବଞ୍ଚାଇବା ପାଇଁ ଏକ ଟାସ୍କ ଫୋର୍ସ ମଧ୍ୟ ତିଆରି କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Comment