ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା କରିବା ପାଇଁ ଏବେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୁରୁବାର ରାଜ୍ୟ ସରକାର ଏଭଳି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁଥିରେ କରୋନାକୁ ଦୂରେଇ ରଖିବା ପାଇଁ ରାଜ୍ୟର ସମସ୍ତ ବଡ଼ ବଡ଼ ସ୍ପା, ସେଲୁନ୍ ଏବଂ ବିୟୁଟି ପାର୍ଲର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ଯେ, କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟର ସମସ୍ତ ଉଚ୍ଚସ୍ତରୀୟ ସ୍ପା, ସେଲୁନ୍ ଓ ବିୟୁଟି ପାର୍ଲର ବନ୍ଦ ରହିବ। ନିର୍ଦ୍ଧିଷ୍ଟ ସୂଚନା ନମିଳିବା ପର୍ଯ୍ୟନ୍ତ ଏଗୁଡ଼ିକ ବନ୍ଦ ରହିବ।

ଏହାଦ୍ୱାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ଭୟ ରହିଛି। ତେଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହିତ ଶୁକ୍ରବାରଠାରୁ ରାଜ୍ୟର ପ୍ରତ୍ୟେକ ଧର୍ମୀୟ ଅନୁଷ୍ଠାନ ଯେଭଳିକି ମନ୍ଦିର, ମସଜିଦ୍ ଓ ଗୀର୍ଜା ଘର ମଧ୍ୟ ବନ୍ଦ ରହିବ।

ଜାଣନ୍ତୁ, କରୋନାକୁ ନେଇ କ’ଣ ରହିଛି ୨୪ ଘଣ୍ଟାର ତାଜା ସୂଚନା?

Comment