ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ସମ୍ପର୍କରେ ବର୍ତ୍ତମାନ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। କରୋନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିଟି ଅପଡେଟ ସମ୍ପର୍କରେ ସେ ସୂଚନା ଦେଇଛନ୍ତି।

  • ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
  • କରୋନାରେ ମୃତ୍ୟୁବରଣ କଲେ ପଞ୍ଜାବର ୭୦ ବର୍ଷୀୟା ବୃଦ୍ଧା
  • କରୋନା ଯୋଗୁଁ ମାଟ୍ରିକ୍ ଖାତାଦେଖା ସ୍ଥଗିତ
  • ଓଡ଼ିଶାରେ ଶୁକ୍ରବାରଠାରୁ ସମସ୍ତ ମନ୍ଦିର, ମସଜିଦ୍ ଓ ଧର୍ମୀୟ ଅନୁଷ୍ଠାନ୍ ବନ୍ଦ
  • ଧର୍ମୀୟ ଅନୁଷ୍ଠାନରେ ରୀତିନୀତି ଠିକ୍ ସମୟରେ ଚାଲୁରହିବ
  • କରୋନା ଯୋଗୁଁ +୨ ପରୀକ୍ଷା ସୋମବାରଠାରୁ ବନ୍ଦ
  • ଓଡ଼ିଶାରେ ୬୧ଟି କରୋନା ନମୁନାରୁ ୬୦ ନେଗେଟିଭ୍, ଜଣେ ପଜିଟିଭ୍
  • ବର୍ତ୍ତମାନ ରାଜ୍ୟରେ ୨୩ଜଣ କରୋନା ସନ୍ଦିଗ୍ଧଙ୍କୁ ନିରୀକ୍ଷଣରେ ରଖାଯାଇଛି
  • କରୋନା ପାଇଁ ଜିଲ୍ଲାସ୍ତରରେ ୩୧୮୩ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରହିଛି
  • ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପଲାଇନ୍ ନମ୍ବରକୁ ୧୨ ହଜାରରୁ ଅଧିକ କଲ୍ ଆସିଛିବର୍ତ୍ତମାନ ଅନଲାଇନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ ସଂଖ୍ୟା ୨୬୨୬କୁ ବୃଦ୍ଧି
  • ୪୮ ଲକ୍ଷ ୩୮ ହଜାର ୫୪୮ ଲୋକଙ୍କୁ ୪ ମାସର ଆଗୁଆ ଭତ୍ତା
  • ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହେଲେ ନେଇପାରିବେ ୧୪ ଦିନର ଛୁଟି
  • ଜେଲରେ ଇ-ମୁଲାକାତ୍ ଜରିଆରେ ସାକ୍ଷାତ କରିବେ କଏଦୀ
  • ରାଜ୍ୟର ସମସ୍ତ ମ୍ୟୁଜିୟମ, ଥିଏଟର, ଲାଇବ୍ରେରୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ
  • ଗ୍ରାମ ଓ ସହରର ପ୍ରତିଟି ସ୍ପା, ବଡ଼ ବଡ଼ ସେଲୁନ୍ ଓ ବିୟୁଟି ପାର୍ଲର ମଧ୍ୟ ବନ୍ଦ ରହିବ
  • ଭିତରକନିକା, ଜୟଦେବ ବାଟିକା, ବଟାନିକାଲ୍ ଗାର୍ଡେନ ବନ୍ଦ ପାଇଁ ଘୋଷଣା
  • ଚିକେନ୍ ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ
  • ଆନ୍ତରାଜ୍ୟ ବର୍ଡରରେ ଅଟକିବନି ବସ୍ ଓ ଟ୍ରେନ୍
  • କୌଣସି ସୂଚନା ପାଇବାକୁ ହେଲେ ହେଲପଲାଇନ୍ ନମ୍ବର ୧୦୪ ଡାଏଲ୍ କରନ୍ତୁ

Comment