ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପ୍ରସଙ୍ଗକୁ ନେଇ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ରାତି ୮ଟା ବେଳେ ମୋଦୀ କରୋନା ଭାଇରସଜନିତ ସମସ୍ୟା ଓ ତାହାର ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ଭୋଧନ କରିବେ।

ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋଭିଡ୍‌-୧୯ର ଭୂତାଣୁ। ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନମୂଳକ ପଦକ୍ଷେପ ନେଉଛନ୍ତି।

ଅନ୍ୟପଟେ ଭାରତରେ ମୋଟ୍‌ ୧୬୬ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସୁସ୍ଥ ରହିଥିବା ଜଣାପଡ଼ିଛି।

Comment