ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସଂକ୍ରମଣରୁ ଲୋକମାନଙ୍କୁ ବଞ୍ଚାଇବା ଲାଗି ଓଡ଼ିଶାର ୫ ଜିଲ୍ଲା ଓ ୮ସହରକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଶନିବାର କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ଏହି ପଦକ୍ଷେପ ବିଷୟରେ ସମସ୍ତ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

  • ଓଡ଼ିଶାରେ ୬୯ଟି କରୋନା ନମୁନାରୁ ୬୭ ନେଗେଟିଭ୍, ଦୁଇ ପଜିଟିଭ୍
  • କରୋନା ପାଇଁ ରାଜ୍ୟର ୫ ଜିଲ୍ଲା ଓ ୮ ସହର ‘ଲକ୍ ଡାଉନ୍’
  • ମାର୍ଚ୍ଚ ୨୨ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ଯାଏଁ ଲକ୍ ଡାଉନ୍
  • ଲକ୍ ଡାଉନ୍ ହେଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା
  • ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ ସହର ମଧ୍ୟ ସାମିଲ
  • ପୁରୀ, ଯାଜପୁର ରୋଡ୍ ଓ ଯାଜପୁର ଟାଉନ୍ ପାଇଁ ବି ଲାଗୁ ହୋଇଛି ଲକ୍ ଡାଉନ୍

  • କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ
  • ଗ୍ରୋସରୀ, ପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ
  • ପେଟ୍ରୋଲ୍ ପମ୍ପ ଏବଂ ମେଡିସିନ୍ ଦୋକାନ ମଧ୍ୟ ଖୋଲାରହିବ
  • ବ୍ୟାଙ୍କ୍, ଏଟିଏମ୍, ପୋଲିସ୍, ବିଦ୍ୟୁତ୍ ସେବା ମଧ୍ୟ ଚାଲୁରହିବ
  • ପେନସନ୍ ଓ ସାଧାରଣ ବଣ୍ଟନ ସାମଗ୍ରୀ ସେବା ସ୍ଥଗିତ
  • ଘରୋଇ କମ୍ପାନିମାନେ ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ
  • ନଚେତ୍ କମ୍ପାନିମାନେ ଜିଲ୍ଲାପାଳଙ୍କଠାରୁ ସାର୍ଟିଫିକେଟ୍ ଆଣିବେ
  • ଲକ୍ ଡାଉନ୍ ସମୟରେ ଯିଏ ନିୟମ ଭାଙ୍ଗିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ

Comment