ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ସରକାର ବିଭିନ୍ନ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ବିଭିନ୍ନ ଦୋକାନ ବଜାର ବନ୍ଦ ଘୋଷଣା ହୋଇଛି। ଫଳରେ ଲୋକମାନେ ସହର ଛାଡ଼ି ଗାଁ ମୁହାଁ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍‌ କରିଛନ୍ତି। ‘ଯିଏ ଯେଉଁ ସହରରେ ଅଛ ସେଇଠି କିଛିଦିନ ପାଇଁ ରହିଯାଅ’ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଯେଉଁ ସହରରେ ମୋ’ ଭାଇ, ଭଉଣୀମାନେ ରହି ନିଜ ପରିବାର ପ୍ରତିପୋଷଣ କରୁଥିଲେ ସେମାନେ କରୋନା ପ୍ରଭାବରେ ସହର ଛାଡ଼ି ଗାଁକୁ ପଳାଉଛନ୍ତି। ଭିଡ଼ ଭିତରେ ଗାଁକୁ ଗଲେ ଭାଇରସ୍‌ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବ। ଆପଣମାନେ ଯେଉଁଠିକି ଯାଉଛନ୍ତି ସେଠାକାର ଲୋକଙ୍କ ପାଇଁ ମଧ୍ୟ ବିପଦ ବଢ଼ିପାରେ। ଏଣୁ ଯିଏ ଯେଉଁ ସହରରେ ଅଛନ୍ତି ସେଇଠି ଆଉ କିଛିଦିନ ରହିଯାଅ।’’

କରୋନା ମୁକାବିଲା ପାଇଁ ରବିବାର ‘ଜନତା କର୍ଫ୍ୟୁ’ ଘୋଷଣା ହୋଇଛି। ସାରା ଭାରତରେ ସକାଳ ୭ଟାରୁ ରାତି ୯ଟା ଯାଏଁ ଏହା ବଳବତ୍ତର ରହିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

Comment