ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 

ମାର୍ଚ୍ଚ ୨୨ତାରିଖ ଜନତା କର୍ଫ୍ୟୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଦୃଷ୍ଟିରେ ରଖି କଟକରେ ବିଭିନ୍ନ କଟକଣା ଲାଗୁ ହୋଇଛି। ଜନତା କର୍ଫ୍ୟୁ ଯୋଗୁଁ ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତେବେ ସୋମବାରଠାରୁ ଛତ୍ରବଜାର ଓ ମାଲଗୋଦାମ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ।

ସେହିଭଳି ରବିବାର କଟକରେ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଅଜୟ ବାରିକ ସୂଚନା ଦେଇଛନ୍ତି।

ଏହାଛଡ଼ା ରବିବାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି କଟକ ମହାନଗର ନିଗମ। ଆଜି ମଧ୍ୟ ଖୋଲା ଥିବା କେତେକ ଦୋକାନ ଗୁଡ଼ିକୁ ବନ୍ଦ କରୁଛି ଏନଫୋର୍ସମେଣ୍ଟ ଟିମ୍।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସାମଜିକ ଦୂରତା ରକ୍ଷା କରିବାକୁ ଏହି ଜନତା କର୍ଫ୍ୟୁର ଆହ୍ଵାନ ଦିଆଯାଇଛି। ଏଥିରେ ସଭିଏଁ ସହଯୋଗ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଛନ୍ତି।

Comment