ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନରେ ଦେଶ ପାଳୁଛି ଜନତା କର୍ଫ୍ୟୁ। ଏହା ମଧ୍ୟରେ ଆଜି ସନ୍ଧ୍ୟା ୫ଟାରେ ଜରୁରୀ ସେବା ପାଇଁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ମନେ ପକାଇଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ଟୁଇଟ କରି ଏହା କରିବାକୁ ଭାରତୀୟମାନଙ୍କୁ ମନେ ପକାଇଛନ୍ତି।

ମୋଦୀ ଟୁଇଟ କରି କହିଛନ୍ତି, “ଏଭଳି ପରିସ୍ଥିତିରେ ୨୪ ଘଣ୍ଟା କାମ କରୁଥିବା କର୍ମଚାରୀଙ୍କୁ ଧନ୍ୟବାଦ ଦେବା। ନିଜ ଛାତ, ବାଲକୁନି କିମ୍ଵା ଗେଟ ପାଖରେ ଛିଡ଼ା ହୋଇ ତାଳି ମାରି, ଘଣ୍ଟି ବଜାଇ ସେମାନଙ୍କୁ କୃତଜ୍ଞତା ଜଣାଇବା। ଏହା ଦ୍ଵାରା ଆମେ କରୋନା କବଳରୁ ବଞ୍ଚିପାରିବା।”

ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ କୋରନା ମୁକାବିଲା ପାଇଁ ଦେଶବାସୀଙ୍କୁ ଆହ୍ଵାନ କରିଥିଲେ। ଏହି ସମୟରେ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ ମୋଦୀ। ଏହାକୁ ମଧ୍ୟ ଆଜି ଦେଶବାସୀ ସଫଳତାର ସହ ପାଳନ କରିଛନ୍ତି। ସେହିପରି ଜରୁରୀ ସେବା ପାଇଁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସନ୍ଧ୍ୟା ୫ଟାରେ ଧନ୍ୟବାଦ ଦେବା ପାଇଁ ମନେ ପକାଇଛନ୍ତି।

Comment