ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଦେଶବ୍ୟାପି ପାଳନ ହେଉଛି ଜନତା କର୍ଫ୍ୟୁ। ଏହାର ପ୍ରଭାବ କୋରାପୁଟର ଜୟପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦୋକାନ ବଜାର ଗାଡ଼ିମୋଟର ବନ୍ଦ ହୋଇଯାଇଥିବା ବେଳେ କେବଳ ଜରୁରୀ କାମ ପାଇଁ ଲୋକମାନେ ଘରୁ ବାହାରୁ ଥିବାର ଦେଖିବାକୁ ମିଳୁଛି।

ଜୟପୁର ଜୋନ୍‌ର ୨୯ଟି ସରକାରୀ ବସ୍‌ ବନ୍ଦ ରହିଥିବା ବେଳେ ୧୫୦ରୁ ଅଧିକ ଘରେଇ ବସ୍‌ ମଧ୍ୟ ବନ୍ଦ ରହିଛି। ଏହାସହ ରାସ୍ତା କଡ଼ର ବଡ଼ ବଡ଼ ହୋଟେଲ ମଧ୍ୟ ବନ୍ଦ ରହିଛି। କିଛି ଦିନ ଭିତରେ ବାହାର ଦେଶରୁ ୧୦ ଜଣ ବ୍ୟକ୍ତି ଜୟପୁରକୁ ଆସିଥିବା ପ୍ରଶାସନ ସୂଚନା ଦେଇଛି।

କରୋନା ମୁକାବିଲା ପାଇଁ ସାରା ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଥିଲେ ମୋଦୀ। ସକାଳ ୭ଟାରୁ ରାତି ୯ଟା ଯାଏଁ ଏହାକୁ ପାଳନ କରିବେ ଲୋକେ। ଏହାର ପ୍ରଭାବ ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି।

Comment