ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ସନ୍ଧ୍ୟାରେ ଶପଥ ନେବାକୁ ଯାଉଛନ୍ତି ବିଜେପି ନେତା ଶିବରାଜ ସିଂହ ଚୌହାନ। ଆଜି ବିଧାୟକ ଦଳର ବୈଠକ ପରେ ସେ ଶପଥ ନେବେ ବୋଲି ସୂଚନା ମିଳିଛି।

ମଧ୍ୟପ୍ରଦେଶରେ କମଳନାଥ ସରକାରଙ୍କ ପତନ ପରେ ଏଠାରେ ବିଜେପି ଏଠାରେ ଶାସନ ଗାଦି ହାତେଇବ ବୋଲି ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହି ଚର୍ଚ୍ଚା ସତ ହେବାକୁ ଯାଉଛି। ସୋମବାର ସନ୍ଧ୍ୟାରେ ଶିବରାଜ ସିଂହ ଓ ତାଙ୍କ ମନ୍ତ୍ରୀମଣ୍ଡଳ ତାଙ୍କର ଶପଥ ଗ୍ରହଣ କରିବେ । ତେବେ ଏହି ଶପଥ ଗ୍ରହଣ ଉତ୍ସବରେ ଅଳ୍ପ କିଛି ଲୋକ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି।

ଯଦି ସୋମବାର ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି ତେବେ ସେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ଏହାପୂର୍ବରୁ ସେ ୨୦୦୫, ୨୦୦୮ ଓ ୨୦୧୩ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ମଧ୍ୟପ୍ରଦେଶର ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କିଛି ଦିନ ତଳେ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। ସେ ମଧ୍ୟପ୍ରଦେଶରୁ କଂଗ୍ରେସ ଟିକେଟରେ ରାଜ୍ୟସଭା ଯିବାକୁ ଆଶା ରଖି ନିରାଶ ହେବା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ କମଳନାଥ ସରକାରର ୨୨ ଜଣ ବିଧାୟକ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଦେଇଥିଲେ। ଫଳରେ କମଳନାଥ ସରକାର ନିଜର ସଂଖ୍ୟାଗରିଷ୍ଠତା ହରାଇ ବସିଥିଲା।ବର୍ତ୍ତମାନ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଠନ କରିବା ପାଇଁ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। କଂଗ୍ରେସ ପାଖରେ ୯୨ ବିଧାୟକଙ୍କ ସମର୍ଥନ ରହିଛି। ବିଜେପି ପାଖରେ କିନ୍ତୁ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ରାଜ୍ୟରେ ବିଜେପିକୁ ସରକାର ଗଠନ କରିବାକୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।

Comment