ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ଠାରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଶପଥପାଠ କରିବାକୁ ଆହ୍ୱାନ ଦେଲେ ନବୀନ।

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ‘ମୋ ଜୀବନ’ କାର୍ଯ୍ୟକ୍ରମ। କରୋନା ଭାଇରସ୍‌ ପ୍ରତି ନିଜେ ସତର୍କ ରହିବା ସହ ନିଜ ପରିବାରକୁ କିପରି ସୁରକ୍ଷିତ ରଖିବା ସେନେଇ ପ୍ରତିଦିନ ସମସ୍ତେ ଶପଥପାଠ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

‘‘ପ୍ରତିଦିନ ଓଡ଼ିଶାର ଜନସାଧାରଣ ଶପଥ କରନ୍ତୁ। କରୋନା ଭାଇରସ୍‌ ନିଜ ଘରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ନିଜକୁ , ନିଜ ପିଲାଛୁଆ ଏବଂ ବାପା ମା’ଙ୍କ ସୁରକ୍ଷା ପାଇଁ ଏହି ଶପଥ କରିବା ଦରକାର। କରୋନା ଭାଇରସ୍‌ ନିଜ ଘରେ ପୂରାଇ ନଦେବା ପାଇଁ କେହି ବାହାରକୁ ବାହାରନ୍ତୁ ନାହିଁ। ସମସ୍ତେ ଘରେ ରହନ୍ତୁ। ସଚେତନ ଓ ସତର୍କ ରହିଲେ ହିଁ କରୋନା ମୁକାବିଲା ସମ୍ଭବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ଆହୁରି କହିଛନ୍ତି ଯେ, ଏହି ଭାଇରସ୍‌ ଚୀନରେ ଥିଲା। ପରେ ଏହା ଇୟୁରୋପ, ଆମେରିକା ଆସିବ ପରେ ଦିଲ୍ଲୀରେ ପହଞ୍ଚିଲା। ଏବେ ଏହି ଭାଇରସ୍‌ ଆମ ଘର ପାଖରେ ପହଞ୍ଚିଛି। ଏଥିପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ଘରୁ ଆମେ କେହି ବାହାରକୁ ବାହାରିବା ନାହିଁ। ଯଦି ବା କେହି ଜରୁରୀ କାମରେ ବାହାରକୁ ଯାଆନ୍ତି ତାହାଲେ ଘରକୁ ଆସିଲେ ୨୦ ସେକେଣ୍ଡ ଯାଏଁ ସାବୁନରେ ହାତ ଧୁଅନ୍ତୁ। ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ।’’

Comment