ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ (BIS) ରେ ସାଇଣ୍ଟିଷ୍ଟ “ବି” ପଦବୀରେ ସମୁଦାୟ ୧୫୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨ରୁ ମାର୍ଚ୍ଚ ୩୧ ଯାଏଁ ଚାଲୁ ରହିଛି।

ବିଭାଗ:

  • ମେକାନିକାଲ ଇଞ୍ଜିନିୟରିଂ- ୪୮ଟି ପଦବୀ
  • ମେଟାର୍ଲଜିକ ଇଞ୍ଜିନିୟରିଂ- ୨୫ଟି ପଦବୀ
  • ସିଭିଲ୍‌ ଇଞ୍ଜିନିୟରିଂ- ୭ଟି ପଦବୀ
  • ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ୧୯ଟି ପଦବୀ
  • ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟରିଂ- ୫ଟି ପଦବୀ
  • କମ୍ପ୍ୟୁଟର ଇଞ୍ଜିନିୟରିଂ- ୧୧ଟି ପଦବୀ
  • ଫୁଡ୍‌ ଟେକ୍ନୋଲୋଜୀ- ୧୪ଟି ପଦବୀ
  • କେମିକାଲ ଇଞ୍ଜିନିୟରିଂ- ୧୬ଟି ପଦବୀ
  • ବାୟୋ-ଟେକ୍ନୋଲୋଜୀ- ଗୋଟିଏ ପଦବୀ
  • ପେଟ୍ରୋ-କେମିକାଲ ଇଞ୍ଜିନିୟରିଂ- ଗୋଟିଏ ପଦବୀ
  • ବାୟୋ-ମେଡିକାଲ ଇଞ୍ଜିନିୟରିଂ- ୩ଟି ପଦବୀ

ଯୋଗ୍ୟତା– ବି.ଇ/ବି.ଟେକ୍‌ (୬୦% ସହ) କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। GATE ରେ ଆବଶ୍ୟକୀୟ ସ୍କୋର୍‌ କରିଥିବେ।

ବୟସ– ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅତିବେଶୀରେ ୩୦ ବର୍ଷ ହୋଇଥିବ।

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– ୧୦୦ ଟଙ୍କା (ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମଙ୍କ ବ୍ୟତୀତ)

ଅଧିକ ସୂଚନା ପାଇଁ bis.gov.in ରେ ଲଗ୍‌ଇନ୍‌ କରନ୍ତୁ।

Source: www.chakiri.plus

Comment