ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଏକ ବଡ଼ ଯୋଜନା ତିଆରି କରାଯାଉଛି। କେନ୍ଦ୍ର ସରକାର ଏ ବାବଦକୁ ଦେଢ଼ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ପ୍ରସ୍ତୁତ କରୁଛନ୍ତି। ଏ ସଂପର୍କରେ ଦୁଇଟି ସୂତ୍ରରୁ ଖବର ମିଳିଛି। ସରକାର ଏବେ ଏହି ଆର୍ଥିକ ସହାୟତାକୁ ଚୂଡାନ୍ତ ରୂପ ଦେଉଛନ୍ତି। ଏନେଇ ରିଜର୍ଭ ବ୍ୟାଙ୍କ, ପିଏମଓ ଏବଂ ଅର୍ଥ ମନ୍ତ୍ରାଳୟ ଭିତରେ ଘମାଘୋଟ ଆଲୋଚନା ଚାଲିଛି।

ସୂତ୍ର ଅନୁଯାୟୀ, ପ୍ରୋତ୍ସାହନ ପ୍ୟାକେଜ ଏପରିକି  ଅଢେଇ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଚାଲି  ଯାଇପାରେ। ଚଳିତ ସପ୍ତାହ ଶେଷ ସୁଦ୍ଧା ଏହି ସହାୟତା ଘୋଷଣା ହେବାର ସମ୍ଭାବନା ରହିଛି। ଶୁଣାଯାଉଛି ଏହି ଟଙ୍କା ସିଧାସଳଖ ୧୦ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଲକଡାଉନ ଯୋଗୁଁ ଯେଉଁମାନେ ବେଶୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ସେମାନେ ହିଁ ଏହି ଟଙ୍କା ପାଇବେ।

ଆହୁରି ମଧ୍ୟ ଖବର ଆସୁଛି ଯେ, କରୋନା ସହାୟତା ପାଇଁ ରିଜର୍ଭ ବ୍ୟାଙ୍କରୁ ଯେତେ ଟଙ୍କା ଉଠା ଯାଇପାରିବ ସରକାର ସେତିକି ଟଙ୍କା ଆଣିବେ। କରୋନା ଜନିତ କ୍ଷତିର ଭରଣା ପାଇଁ ସରକାର ଖୁବ ଶୀଘ୍ର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବେ ବୋଲି ମଙ୍ଗଳବାର ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ।

Comment