ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସ ଯେଭଳି ନ ବ୍ୟାପିବ ସେଥିପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ଏମକେସିଜି ମେଡିକାଲ କଲେଜ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୫୦ରୁ ଅଧିକ ଲୋକ ବିନା ଚିନ୍ତାରେ ଟହଲ ମାରିବା ଓ ପିଲାମାନେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି।

ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଲୋକ ଓ କ୍ରିକେଟ ଖେଳୁଥିବା ପିଲାମାନଙ୍କୁ ପଡିଆରୁ ହଟାଇ ଥିଲା।

ସାମାଜିକ ଦୂରତ୍ୱ ହିଁ କରୋନା ଭୂତାଣୁକୁ ରୋକି ପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ତଥା ସାରା ଦେଶ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ସହିତ ବାହାରେ ନ ବୁଲିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଏହା ସତ୍ତ୍ୱେ ଲୋକେ ଏହାକୁ ମାନିବାକୁ ନାରାଜ ହେଉଥିବା ଏବେ ଚିନ୍ତାର କାରଣ ପାଲଟିଛି।

ଗୋଟେ ପଟେ ସରକାର ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଏପଟେ କିଛି ଲୋକ ଏହାକୁ ଖାମଖିଆଲି ଭାବେ ନେଉଥିବା ଦେଖିବାକୁ ମିଳୁଛି।

Comment