ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କରୋନା ପାଇଁ ୨୧ ଦିନ ଲକ୍ଡାଉନ୍ ଘୋଷଣା ହେବା ପରେ ସମସ୍ତେ ଏବେ ଗୃହବନ୍ଦୀ। ଫିଲ୍ମଠାରୁ ଆରମ୍ଭ କରି ଧାରାବାହିକ ପର୍ଯ୍ୟନ୍ତ ସବୁ ବନ୍ଦ। ଏବେ ସାଧାରଣ ଲୋକଙ୍କ ଭଳି ଫିଲ୍ମ ଷ୍ଟାର ବି ଘରେ କାଟୁଛନ୍ତି ଦିନ। ତେବେ ଆସନ୍ତୁ ଜାଣିବା ସେଲିବ୍ରିଟିମାନେ ଘରେ ରହି ସେମାନଙ୍କ ସମୟ କେମିତି କାଟୁଛନ୍ତି?
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜକୁ ଫିଟ୍ ରଖିବା ପାଇଁ ଘରେ ହିଁ ବ୍ୟାୟାମ କରୁଛନ୍ତି। ଏନେଇ ସେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ବଲିଉଡ ଭାଇଜାନ ସଲମାନ୍ ଖାନ୍ ବି ସମସ୍ତଙ୍କ ଭଳି ଗୃହବନ୍ଦୀରେ ଅଛନ୍ତି। ସଲମାନ ଏବେ ତାଙ୍କ ଭଣଜା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି।
View this post on Instagram
ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ ଘରେ ରହି ନିଜ ଫ୍ୟାନ୍ମାନଙ୍କୁ ବାସନ ମାଜିବାର ଟିପ୍ସ ସେୟାର କରିଛନ୍ତି। ସେ ନିଜ ଇନ୍ଷ୍ଟାଗ୍ରାମ୍ରେ ଭିଡିଓ ସେୟାର କରି ବାସନ ମାଜିବାର ପ୍ରଣାଳୀ କହିଛନ୍ତି।
ତେବେ କେବଳ ବଲିଉଡ୍ ଷ୍ଟାର ନୁହେଁ ଏଥିରୁ ବାଦ୍ ପଡ଼ି ନାହାନ୍ତି ଟେଲି ଜଗତ ଷ୍ଟାରମାନେ ବି। ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ହିନା ଖାନ୍ ଘରେ ରହି ନିଜ ମା’ଙ୍କୁ ସାହାଯ୍ୟ କରୁଛନ୍ତି। ସେ ନିଜ ଘରକୁ ପୋଛୁଛନ୍ତି। ଏନେଇ ହିନା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ତାଙ୍କ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିଛନ୍ତି।
ବିଗ୍ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳା ବି ଘର କାମ କରୁଛନ୍ତି। ଯିଏ ବିଗ୍ବସ୍ରେ ଥିବା ବେଳେ କୁଟା ଖଣ୍ଡକ ଦି ଖଣ୍ଡ କରୁ ନଥିଲେ। ସେ ଏହି ଲକ୍ଡାଉନ୍ ସମୟରେ ଘରେ ରହି ରୁଟି ତିଆରି କରୁଛନ୍ତି।