ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ଓ ବାରିପଦା ଅଞ୍ଚଳରେ ଲକ୍‌ଡାଉନର ପ୍ରଭାବ ଦେଖିବାକୁ ମିଳିଛି। ସହରର ସାପ୍ତାହିକ ହାଟରେ ଫାଷ୍ଟ ଫୁଡ ଦୋକାନ ଉପରେ ଚଢ଼ାଉ କରାଯାଇ ବନ୍ଦ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ୟାପକ ଯାଞ୍ଚ କରାଯାଉଛି।  ମୟୂରଭଞ୍ଜ ଜିଲ୍ଲା ଏସ୍.ପି ସ୍ମିଥ୍ ପୁରୁଷୋତ୍ତମ ପରମାର ଜିଲ୍ଲାରେ ଲକ୍‌ଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି।

ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ଵାଡ ତିଆରି କରାଯାଇଛି। ଏହି ସ୍କ୍ଵାଡ ସହରର ପ୍ରମୁଖ ସ୍ଥାନମାନଙ୍କରେ ଉପସ୍ଥିତ ରହି ଲକଡାଉନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଉଛନ୍ତି। ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment